ସରିଲା ବିଧାନସଭା ବଜେଟ ଅଧିବେଶନ : 1ଲକ୍ଷ 50ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ

0

ଭୁବନେଶ୍ୱର: ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବା ପାଇଁ ଲୋକସେବା ଭବନ conventionରେ ଆରମ୍ଭ ହେଲା ବିଧାନସଭାର ଅସ୍ଥାୟୀ ଅଧିବେଶନ । କରନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା । ଏହା ଭିତରେ କେବଳ SC ST ବିକାଶ ବିଭାଗର ବିଲ ପାରିତ ହୋଇପାରିଥିଲା । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହି ବିଧାନସଭା ବନ୍ଦ ହେବାରୁ ଏହା ପାରିତ ହୋଇପାରି ନଥିଲା । ଆଜି gilotin ମାଧ୍ୟମରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ଦାବି ପାରିତ ହେବ । ପୂର୍ବରୁ ବିରୋଧୀମାନେ ବିଲ ପାରିତ କରିବାରେ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରତି ରାଜନୈତିକ ଦଳର 30 ପ୍ରତିଶତ ବିଧାୟକ ଉପସ୍ଥିତ ଅଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ ଆଗରେ sanitizer ରେ ବିଧାୟକମାନେ ହାତ ଧୋଉଛନ୍ତି । ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି । ପ୍ରଶ୍ନ ଉତ୍ତର କାଳ ବାତିଲ ହୋଇଛି । ଅପରାହ୍ନ 12ଟା ସୁଦ୍ଧା ସମସ୍ତ ବିଲ ପାସ ହେବ ବୋଲି ଆଶା ରହିଛି । ଏଥର 1ଲକ୍ଷ50ହଜାର କୋଟି ଟଙ୍କାର ବିଲ ପାରିତ ହେବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More