ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ

0

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ I ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ । ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ ଏବଂ ଗୃହରେ ଏଥର ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ । ଏଥର ବିଧାନସଭା ଦୈନିକ ୫ ଘଣ୍ଟା ଏବଂ ବିଶେଷ ଆଲୋଚନା ଥିବା ନିର୍ଦ୍ଧାରିତ ଦିନରେ ୬ ଘଣ୍ଟା ଚାଲିବ ।
କରୋନା କଟକଣା ଭିତରେ ଅଧିବେଶନ ବସୁଥିବା ଦୃଷ୍ଟିରୁ ମନ୍ତ୍ରୀ ବିଧାୟକ, ବିଧାନସଭା କର୍ମଚାରୀ, ବିଧାନସଭା ଆସିବାକୁ ଥିବା ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ପରୀକ୍ଷା କରାଯାଇଛି ।
ବିରୋଧୀଦଳ ହାତରେ ଆକ୍ରମଣ ପାଇଁ ଯେତିକି ଅସ୍ତ୍ର, ସରକାରୀ ଦଳ ହାତରେ ପାଲଟା ଆକ୍ରମଣ ପାଇଁ ବି ସେତିକି ପ୍ରସଙ୍ଗ ରହିଛି। ଉଭୟ ଲଢେଇ ପାଇଁ ପୂରାପୂରି ପ୍ରସ୍ତୁତ । ବିରୋଧୀଦଳ ହାତରେ ରହିଛି ତଗଡ଼ା କୋଟିଆ ପ୍ରସଙ୍ଗ, ପରୀ ଓ ଝରାଫୁଲ ହତ୍ୟାକାଣ୍ଡ ସାଙ୍ଗକୁ ମାହାଙ୍ଗା ରାଜନୈତିକ ଡବଲ୍‌ ମର୍ଡର, ରାଜଧାନୀରେ ମୁଣ୍ଡ ଗଣ୍ଡି ଗଡ଼ିବା ଭଳି ଶକ୍ତିଶାଳୀ ଅସ୍ତ୍ର। ଧାନ ମଣ୍ଡିରେ ଧାନ ପଡ଼ି ରହିବା ସାଙ୍ଗକୁ ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କକୁ ନେଇ ବିରୋଧୀ ଦଳ ଝାମ୍ପି ପଡ଼ିବେ । ଏହାବାଦ୍‌ ‘କାଳିଆ’ କିସ୍ତିରେ ହେରାଫେରି ଓ ବେକାରୀ ସମସ୍ୟା ବି ଉଠାଇବେ ବିରୋଧୀ । ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବାକୁ ପ୍ରସ୍ତୁତ କରିଛି ରଣନୀତି I ବିଧାନସଭା ଅଧିବେଶନକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More