ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି : ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ

0

ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତୃତୀୟ ଥର ପାଇଁ ଭାରତ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବାକୁ ଯାଉଛି । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଭର୍ଚୁଆଲ ପ୍ଲାଟଫର୍ମରେ ଏହା ଆୟୋଜିତ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଏଥିରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସନାରୋ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍‌ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ସାମିଲ ହେବେ । ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ସଂସ୍କାର, ଆତଙ୍କବାଦ ଦମନ, ଆଫଗାନିସ୍ତାନ ପରିସ୍ଥିତି, ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି, କୋଭିଡ-୧୯ ମୁକାବିଲା ଏବଂ ବିଭିନ୍ନ ଆଞ୍ଚଳିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More