ଓଡ଼ିଶାରେ ଆଫଗାନିସ୍ତାନ ମଲାଲା ବ୍ରେସ୍ନା ମୁସାଯାଇ

0

ଆଫଗାନିସ୍ଥାନରେ ଜନ୍ମିତ ନୋବେଲ ପୁରସ୍କାରପ୍ରାପ୍ତ ସାହସୀ ଝିଅ ବ୍ରେସ୍ନା ମୁସାଯାଇ ଆଫଗାନିସ୍ତାନର ମାଲାଲା ୟୁସୁଫଜାଇ ଭାବରେ ପରିଚିତ ଯିଏକି ବିଶ୍ଵରେ ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣପାଇଁ ଆଲୋକଶିଖା ପାଲଟିଛନ୍ତି । ତାଙ୍କର ସାହାସୀକତା ପାଇଁ ଓ ଆଫଗାନିସ୍ଥାନପରି ଏକ ସନ୍ତ୍ରାସବାଦ ପ୍ରବଣ ଦେଶରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ନାରୀ ଶିକ୍ଷାର ଉର୍ନ୍ନତିପାଇଁ ଉଦ୍ୟମ ଜାରି ରଖିଥିବାରୁ ତାଙ୍କୁ ପୃଥିବୀର ସର୍ବୋଚ୍ଚ ଶାନ୍ତି ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିର୍ଣ୍ଣ ସମୟରେ ତାଲିବାନ କବଜାରେ ଥିବା ଏହି ଦେଶ ଆଫଗାନିସ୍ତାନରେ ବିଭିର୍ନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଆମେରିକାନ ୟୁନିଭର୍ସିଟି ଅଫ ଆଫଗାନିସ୍ତାନରେ ବ୍ରେସ୍ନା ପାଠ ପଢ଼ୁଥିବା ସମୟରେ ନାରୀ ଶିକ୍ଷାର ଉର୍ନ୍ନତି ପାଇଁ ଓ ନାରୀ ସ୍ୱାଧିନତାପାଇଁ କାମ କରୁଥିବାର ସୁରାକ ତାଲିବାନ ଆତଙ୍କବାଦୀମାନେ ପାଇଥିଲେ ଓ ୟୁନିଭର୍ସିଟି କ୍ୟାମ୍ପସ ଉପରେ ଆକ୍ରମଣ କରିଥିଲେ ।

ବ୍ରେସ୍ନା ମୁସାଯାଇ ଜନ୍ମରୁ ପୋଲିଓ ରୋଗୀ ହୋଇଥିଲେ ମଧ୍ୟ ତାଲିବାନଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଭୟଭୀତ ହୋଇନଥିଲେ । ଛାତ୍ରଛାତ୍ରୀମାନେ ତାଲିବାନ ଆକ୍ରମଣର ଶିକାର ହେବା ଭୟରେ ଦୌଡ଼ାଦୌଡ଼ି କରୁଥିବାବେଳେ ପୋଲିଓରେ ଶିକାର ହୋଇଥିବା ବ୍ରେସ୍ନା ମୁସାଯାଇ ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ଦଉଡ଼ିପାରି ନଥିଲେ । ତେଣୁ ସେ ଚତୁରତାର ସହିତ ଚଟାଣରେ ଦୀର୍ଘ ୬ଘଣ୍ଟା କାଳ ମୃତକଂକଭଳି ପଡିରହିଲେ । ଏହାପରେ ପୋଲିସ ତାଙ୍କୁ ଉଧାରକରି ଚିକିର୍ତ୍ସିତ କରାଇବାପାଇଁ ପଠାଇଥିଲେ । ଶେଷରେ ସେ ଆମେରିକାର ଟେକ୍ସସଠାରେ ୬ମାସ ଚିକିର୍ତ୍ସିତ ହେବାପରେ ସୁସ୍ଥ ହୋଇଥିଲେ । ହେଲେ ନାରୀ ଶିକ୍ଷା ଓ ସ୍ୱାଧୀନତା ପରି କାର୍ଯ୍ୟକ୍ରମରୁ ଓହରି ନଥିଲେ । ସେହି ସାହସୀ ଝିଅ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ତାଙ୍କର ଅନୁଭୂତି ବଖାଣିଥିଲେ ।

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More