‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

0

ଭୁବନେଶ୍ୱର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉର୍ଣ୍ଣୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ର ବ୍ୟବହାରିକ ପରୀକ୍ଷଣ ମଙ୍ଗଳାବର ସଫଳ ହୋଇଛି I ଏହି ପରୀକ୍ଷା ପ୍ରତିରକ୍ଷା ବିଭାଗ ପକ୍ଷରୁ ଚୂଡାନ୍ତ କରାଯାଇଥିଲା । ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜ, ଜାହାଜ, ଯୁଦ୍ଧ ବିମାନ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷ ଉପରେ ଏହାକୁ ନିକ୍ଷେପ କରାଯାଇପାରିବ । ଶବ୍ଦର ବେଗଠାରୁ ୩ ଗୁଣା ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦୁଇଟି ଷ୍ଟେଜ୍ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି । ଏହା ଅଢେଇ ହଜାରରୁ ୩ହଜାର କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପାରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୦.୬ ମିଟର ଏବଂ ଓଜନ ୩ ଟନ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More