ଜଗା ପାଖରେ ଲାଗିହେଲା ବ୍ରହ୍ମକମଳ

0

ଭୁବନେଶ୍ୱର : ଜଗନ୍ନାଥଙ୍କର ପ୍ରିୟ ବ୍ରହ୍ମକମଳ ଫୁଲ ନୟାପଲ୍ଲୀ ନିବାସୀ ତଥା ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ଶ୍ରୀ ରମେଶ ଶତପଥୀଙ୍କ ବଗିଚାରେ ଗତକାଲି ଫୁଟିଥିଲା I ଶ୍ରଦ୍ଧାର ସହିତ ଶ୍ରୀ ଶତପଥୀ ଏହି ବିରଳ ତଥା ଦୁର୍ଲଭ ଫୁଲକୁ ନିଜ ଠାକୁର ଘରେ ଥିବା ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ଶତପଥି ନିଜକୁ ଭାଗ୍ୟବାନ ବୋଲି କହିବାସହ ମହାପ୍ରଭୃଙ୍କ କୃପାରୁ ଜଗନ୍ନାଥଙ୍କ ପ୍ରିୟଫୁଲ ବ୍ରହ୍ମକମଳ ମୋ ବଗିଚାରେ ଫୁଟେ । ବିଗତ ୪ ବର୍ଷ ଧରି ଏହି ବିରଳ ଫୁଲ ଶ୍ରୀଯୁକ୍ତ ଶତପଥୀ ଙ୍କ ବଗିଚାରେ ଫୁଟିଆସୁଛି । ଏହାର ବିଶେଷତ୍ୱ ହେଉଛି ଏହା ପତ୍ରରୁ ଫୁଟିଥାଏ ଏବଂ ସନ୍ଧ୍ୟାସମୟରେ ଫୁଟିଥାଏ ,ରାତ୍ରିର ନିଶବ୍ଦରେ ମଉଳି ଯାଇଥାଏ । ଶାସ୍ତ୍ର କୁହେ ଏହି ଫୁଲ ଫୁଟୁଥିବା ସମୟରେ ଯଦି ଏହାକୁ ଆପଣ ଦର୍ଶନ କରନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More