ବ୍ରିଟେନ୍କୁ ରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା : ଲକ୍ଡାଉନ୍ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍
ବ୍ରିଟେନ୍ : ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଛି I କରୋନାର ଏହି ନୂଆ ରୂପ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ୍କୁ ନେଇ ବ୍ରିଟେନ୍ ପ୍ରଶାସନର ଚିନ୍ତା ବଢ଼ାଇଦେଇଛି । ତେଣୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ସାରା ଦେଶରେ ଆଜିଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆଜିଠାରୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ୍ରେ ଲକ୍ଡାଉନ୍ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି I ଏହାସହ ଲକ୍ଡାଉନ୍ ସମୟରେ ଦେଶବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଛନ୍ତି ।