ପୁଣି ଶୀର୍ଷ ସ୍ଥାନ ହରାଇଲେ ଏଲୋନ୍ ମସ୍କ

0

ସବୁଠାରୁ ଧନୀ ବ୍ୟକ୍ତି ଭାବରେ ମୁକୁଟ ପିନ୍ଧିବାର ମାତ୍ର ୪୮ ଘଣ୍ଟା ପରେ ଏଲୋନ୍ ମସ୍କଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ଦିନ ତାଙ୍କର ନିଟ୍ ମୂଲ୍ୟରେ ପ୍ରାୟ ୨ ବିଲିୟନ ଡ଼ଲାର ହ୍ରାସ ଘଟି ୧୮୪ ବିଲିୟନ ଡ଼ଲାରରେ ରହିବା ପରେ ସେ ୨ ନମ୍ବରକୁ ଖସି ଆସିଛନ୍ତି। ଏବେ ୧୮୬ ବିଲିୟନ ଡଲାର ସମ୍ପତ୍ତିର ମାଲିକ ତଥା ଏଲଭିଏମଏଚର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ଧନୀ ବ୍ୟକ୍ତି ଓ ଟେସଲାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏଲୋନ୍ ମସ୍କ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।
ମସ୍କ ଆର୍ନାଲ୍ଟକୁ ଶୀର୍ଷ ସ୍ଥାନରୁ ହଟାଇବାର ଦୁଇ ଦିନ ପରେ ଠିକ ଓଲଟା ଘଟିଥିଲା। ଡିସେମ୍ବର ମାସରେ ଟ୍ୱିଟର ଅଧିଗ୍ରହଣ, ଚାଇନାର ଚାହିଦା ମନ୍ଥରତା ଓ ଅନ୍ୟାନ୍ୟ କାରଣ ଯୋଗୁ ନିବେଶ ହ୍ରାସ ଘଟିଥିଲା ଓ ଟେସଲାର ସେୟାର ମୂଲ୍ୟ ୬୫% ହ୍ରାସ ପାଇଥିଲା।

ଗତ ବୁଧବାର ଦିନ ଟେସଲାର ସେୟାର ମୂଲ୍ୟରେ ୧.୪% ହ୍ରାସ ଘଟି ୨୦୨.୭୭ ଡଲାରରେ ସ୍ଥିର ରହିଥିଲା। ବୁଧବାର ଆୟୋଜିତ ଇଭେଣ୍ଟରେ ଟେସଲା ବଜେଟ୍ ଅନୁକୂଳ ବୈଦୁତିକ ଯାନ ଉନ୍ମୋଚନ କରି ନ ଥିବାରୁ ନିବେଶକଙ୍କ ମନୋଭାବରେ ବଡ ପରିବର୍ତ୍ତନ ହୋଇ ନ ପାରେ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ମସ୍କ ୨୫ ହଜାର ଡଲାର ମୂଲ୍ୟର ବୈଦୁତିକ ଯାନ ଉନ୍ମୋଚନ କରିବା ନେଇ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More