ଆସନ୍ତା ୧୭ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜାରି ରଖିବାକୁ OHPC ଏମ୍ପ୍ଲୋଇଜ ୟୁନିଅନ କୋଡିନେସନ କମିଟି ଓ OSEB ଶ୍ରମିକ ମହାସଂଘର ମିଳିତ ଆହ୍ୱାନ
OHPC ଏମ୍ପ୍ଲୋଇଜ ୟୁନିଅନ କୋଡିନେସନ କମିଟି ଓ OSEB ଶ୍ରମିକ ମହାସଂଘର ମିଳିତ ଆହ୍ୱାନରେ ଆସନ୍ତା ୧୭/୮/୨୦୨୧ ଦିନ OHPC ରେ ହେବାକୁ ଥିବା ଧର୍ମଘଟର ପ୍ରଥମ ପର୍ଯ୍ୟାୟରେ ୧୭/୮/୨୦୨୧ ଠାରୁ ୨୭/୮/୨୦୨୧ ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜାରି ରଖିବାକୁ ଆଜିର ଭରଚୁଆଲ ମିଟିଂରେ ନିଷ୍ପତି ଗ୍ରହଣ କରାଯାଇଛି I ଏହାପରେ ପରବର୍ତୀ କାର୍ଯ୍ୟକ୍ରମ ୨୬ ତାରିଖ ଦିନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି I ଜଳ ବିଦ୍ୟୁତ ନିଗମର ଚିଠି ନଂ-୫୦୩୭ ତା -୧୨/୦୮/୨୦୨୧ କୁ ଜଳ ବିଦ୍ୟୁତ ନିଗମ ଶ୍ରମିକ ସଙ୍ଘ ସମନ୍ୱୟ ସମିତି ତରଫରୁ ପ୍ରତ୍ୟାଖାନ କରାଯାଇ ଜଳ ବିଦ୍ୟୁତ ନିଗମ (OHPC)ର CMD ଦାବି ଗୁଡିକର ଯଥାର୍ଥତାକୁ ଅନୁଭବ କରି ତୁରନ୍ତ ସମାଧାନ କରିବାକୁ ମଧ୍ୟ ଜଣାଇ ଦିଆଯାଇଛି I ଆଜିର ଭରଚୁଆଲ ମିଟିଂରେ OHPC ଏମ୍ପ୍ଲୋଇଜ ୟୁନିଅନ କୋଡିନେସନ କମିଟିର ଚେୟାରମ୍ୟାନ ରମେଶ ଶତପଥୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା I ଏହି ଭରଚୁଆଲ ମିଟିଂରେ OSEB ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା,OSEB ଏମ୍ପ୍ଲୋଇଜ ୟୁନିଅନ ବାଲିମେଳାର ସଭାପତି ସୁଜିତ କୁମାର ପାତ୍ର,ସାଧାରଣ ସମ୍ପାଦକ ପଦ୍ମଲୋଚନ ଦଣ୍ଡସେନା,ଇନ୍ଦ୍ରାବତୀ ପାୱାର ପ୍ରୋଜେକ୍ଟ ୟୁନିଅନର ସଭାପତି ସିବତ୍ସ ବିଶ୍ୱାଳ,ମନୋଜ ପାଢ଼ୀ, ହୀରା ଜଳ ବିଦ୍ୟୁତ ଉତ୍ପାଦନ କର୍ମଚାରୀ ସଂଘର ସଭାପତି କମଲେସ ତ୍ରିପାଠୀ,ଶୈଳେଶ ସିଂ,ଚନ୍ଦ୍ର ବହାଦୁର I ସେହିପରି ରେଙ୍ଗାଲି ପାୱାର ପ୍ରୋଜେକ୍ଟ ୟୁନିଅନର ସାଧାରଣ ସମ୍ପାଦକ ବୀରେସ ଚନ୍ଦ୍ର ପତି ପ୍ରମୁଖ ଅଂଶ ଗ୍ରହଣ କରି ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ I ଆଜିର ଭରଚୁଆଲ ମିଟିଙ୍ଗରେ ସ୍ଥିର ହେଲାଯେ ଶ୍ରମିକ/କର୍ମଚାରୀ ମାନଙ୍କ ସମାସ୍ୟା ଓ ଆଗାମୀ ଦିନରେ ଆନ୍ଦୋଳନକୁ ସମର୍ଥନ କରିବାକୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚକୁ ଅନୁରୋଧ କରାଯିବ I