ରେଙ୍ଗାଲି: ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାର ଲଇଡା ବିଜେପି କାର୍ଯ୍ୟାଳୟରେ ଜାତୀୟ ପତକାକୁ ଅସମ୍ମାନ କରା ଯାଇଥିବାର ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଛି। ବିଜେପି ଦଳର ପତାକା ଉଚ୍ଚରେ ଉଡୁଥିବା ବେଳେ ଜାତୀୟ ପତାକା ତଳେ ରହିଛି। ଜାତୀୟ ପତକାକୁ ଏଭଳି ଅସମ୍ମାନ କରାଯିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି। ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ୍ ହେଲା ପରେ ସଚେତନ ମହଲରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବୀ ହେଉଛି।