ଇସ୍ତଫା ଦେବେ ବିଜେଡ଼ିର ୪ଜଣ ସାଂସଦ …!

0

ରାଜ୍ୟସଭାରୁ ଇସ୍ତଫା ଦେବେ ବିଜେଡ଼ିର ୪ଜଣ ସାଂସଦ । ଏହି ସାଂସଦମାନେ ଡ଼ିସେମ୍ବର ୧୧ ତାରିଖରୁ ସଂସଦ ଅଧିବେଶନ ଆରମ୍ଭ ହେଲେ ଇସ୍ତଫା ଦେବେ । ଏନେଇ ସବୁ ପ୍ରକାର ନିଷ୍ପତି ଶେଷ ହୋଇଛି । ବିଜେଡ଼ିର ଅନ୍ଦର ମହଲରୁ ଚର୍ଚ୍ଚା ହେଉଛି ଯେ ବିଧାନସଭା ନିର୍ବାଚନ ଲଢିବା ପାଇଁ ଏହି ୪ଜଣ ସାଂସଦ ଇସ୍ତଫା ଦେବା ନିଷ୍ପତି ନେଇଛନ୍ତି । ସେମାନେ ହେଉଛନ୍ତି ସାଂସଦ ପ୍ରତାପ ଦେବ. ଅନୁଭବ ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ । ବିଜେଡ଼ିର ଏହି ୪ଜଣ ରାଜ୍ୟସଭା ସାଂସଦ ନିର୍ବାଚନ ଲଢିବେ । ଖାସ ସେଥିଲାଗି ସେମାନେ ନିଜ ପଦରୁ ଇସ୍ତଫା ଦେବେ । ଚର୍ଚ୍ଚା ଅନୁସାରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାଥୀଁ ଭାବେ ଲଢିବେ । ସେହିପରି ପ୍ରଶାନ୍ତ ନନ୍ଦ ବେଗୁନିଆ, ଅନୁଭବ ମହାନ୍ତି କେନ୍ଦ୍ରପଡ଼ା ସାଂସଦ ପ୍ରାର୍ଥୀ , ଓ ସାଂସନ ପ୍ରସନ୍ନ ଆଚାର୍ଯ୍ୟ ବିଜେପିରୁରୁ ବିଧାୟକ ପ୍ରାର୍ଥୀ ହେବେ ବିଜେଡ଼ିରୁ ।ଯେହେତୁ ୨୦୧୯ ନିର୍ବାଚନ ଘମାଘୋଟ ଲଢେଇ ହେବାର ସମ୍ଭାବନା ଦେଖାଦେଇଛି । ଖାସ ସେଥିଲାଗି ବିଜେଡ଼ି ଏପରି ରଣନୀତି କରିଥିବାର ଜଣାପଡ଼ିଛି । ସବୁ ନେତାମାନେ ବି ଦଳର ଏହି ନିଷ୍ପତିରେ ରାଜି ଅଛନ୍ତି । ତେଣୁ ଖୁବଶୀଘ୍ର ରାଜ୍ୟସଭା ପଦରୁ ନେତାଏ ଇସ୍ତଫା ଦେବେ । ବିଜେଡ଼ିର ଏହି ନୂଆ ରଣନୀତିକୁ ନେଇ ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା ହେଉଛି ଯେହେତୁ ବିଜେଡ଼ିରେ ବହୁ ପୂର୍ବତନ ପ୍ରଶାସକ ଓ ରାଜ୍ୟର ଚର୍ଚ୍ଚିତ ନେତା ସାମିଲ ହୋଇଛନ୍ତି ତେଣୁ ସେମାନଙ୍କୁ ନବୀନ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତି ନେଇଛନ୍ତି । ଚର୍ଚ୍ଚା ଅନୁସାରେ ଏହି ୪ଜଣ ରାଜ୍ୟସଭା ନେତାନେତାଙ୍କ ସ୍ଥାନରେ ଅରୁଣ ପଟ୍ଟନାୟକ, ଦିଲୀପ ରାୟ, ବିଜୟ ମହାପାତ୍ର, ଭୂପିନ୍ଦ୍ର ସିଂହଙ୍କୁ ରାଜ୍ୟସଭା ପଠାଇପାରନ୍ତି । ତେବେ ଏନେଇ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । ହେଲେ ବିଜୟ ମହାପାତ୍ର ଏନେଇ କହିଛନ୍ତି ଯେ ଚର୍ଚ୍ଚା ଚର୍ଚ୍ଚାରେ ରହିଯାଉ । ଏନେି ଦିଲୀପ ରାୟଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More