ବିଜୁ ଜନତା ଦଳ ଯୁବ-ଛାତ୍ର ସମ୍ପର୍କ ଅଭିଯାନ

0

ଓଡିଶା ଏକ ଯୁବ ପ୍ରଦେଶ । ଆମ ରାଜ୍ୟର ଜନସଂଖ୍ୟା ପ୍ରାୟ ୪୨ ଶତାଂଶ ଯୁବ-ଛାତ୍ର ବର୍ଗରେ ଅଛନ୍ତି । ସେମାନେ ବାସ୍ତବ କ୍ଷେତ୍ରରେ ରାଜ୍ୟର ସମ୍ବଳ । ରାଜ୍ୟର ଜନସଂଖ୍ୟାଗତ ସୁବିଧାର ସଦୁପଯୋଗ କରିବା ତଥା ଯୁବ-ଛାତ୍ର ଦକ୍ଷତା ବୃଦ୍ଧି ଓ ସଶକ୍ତିକରଣ ପାଇଁ ଆମ ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରିଛନ୍ତି ଏବଂ ଯୁବନୀତି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଯୁବକ ଏବଂ ଛାତ୍ରଙ୍କୁ ଦୃଷ୍ଟିରେ ରଖି କରାଯାଉଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ସେମାନେ ସବୁ ସୁବିଧା ସୁଯୋଗର ସଦୁପଯୋଗ କରିପାରିବ । ବିଭିନ୍ନ ଉପକ୍ରମ ମାଧ୍ୟମରେ ବିଜେଡି ଦଳ ଯୁବକ ଏବଂ ଛାତ୍ରମାନଙ୍କ ସହ ସବୁଠି ଯୋଡି ହୋଇ ରହିଛି । ସେହି ସମ୍ପର୍କକୁ ଆହୁରି ସୁଦୃଢ କରିବା ତଥା ଅତୁଟ ରଖିବା ପାଇଁ ବିଜେଡିର ଏହି ଯୁବ-ଛାତ୍ର ସମ୍ପର୍କ ଅଭିଯାନ । ଏହି ଲକ୍ଷ୍ୟରେ ବିଜେଡି ପକ୍ଷରୁ ନଭେମ୍ବର ୧୮ ତାରିଖରେ ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ କରାଯିବ । ଆମ ସରକାରଙ୍କ ସଫଳତ, ବିଶେଷକରି ଯିବ-ଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସମ୍ପର୍କରେ ଏହି ଅଭିଯାନ ମାଧ୍ୟମରେ ଅବଗତ କରାଯିବ । ବିଜେଡି ତା’ର ସାଂଗଠନିକ କାର୍ଯ୍ୟଧାରାରେ ଯୁବକ ଏବଂ ଛାତ୍ରଙ୍କୁ ବିଶେଷ ପ୍ରାଧାନ୍ୟ ଦେଉଛି । ଦଳର ଏହି ଆଧାରକୁ ଆହୁରି ବ୍ୟାପକ କରାଯାଇ କ୍ରୟାଶୀଳ ନେତୃତ୍ୱ ବିକାଶ ନିମନ୍ତେ ପ୍ରୟାସ କରାଯିବ । ବିଜେଡି ସରକାର ବର୍ଷ ପରେ ବର୍ଷ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଅହରହ ଉଦ୍ୟମ କରିଚାଲିଛି ,ଯାହାର ପ୍ରତିଫଳନ ସବୁ କ୍ଷେତ୍ରରେ ସ୍ପଷ୍ଟ । କିନ୍ତୁ ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗ,ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ,ଚାଷୀମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି । ଏହା ରାଜ୍ୟ ଅର୍ଥନୀତିକୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି । ସେଥିପାଇଁ ଆମ ଓଡିଶା ଆମେ ଗଢିବା । ଆଗାମୀ କାଲିର ଓଡିଶା ଆଜିର ଛାତ୍ରଛାତ୍ରୀ ଆଉ ଯୁବକଯୁବତୀମାନଙ୍କର ରାଜୟର ପରଗତି ,ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ କୌଣସି ସାଲିସ କରାଯିବ ନାହିଁ । ଶ୍ରେଷ୍ଠତ୍ୱ ହାସଲ କରିବା ଆମ ଯୁବ ଏବଂ ଛାତ୍ର ଶକ୍ତିର ଏକ ମାତ୍ର କାର୍ଯ୍ୟ ହେବ । ଏହା ହାସଲ ନେହବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ । ଆମ ରାଜ୍ୟର ଯୁବକଯୁବତୀ ଏବଂ ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା,ପରାକାଷ୍ଠା ଏବଂ ତ୍ୟାଗ ବଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆହୁରି ସଶକ୍ତି କରି ନୂତନ ଓଡିଶା ନିର୍ମାଣ ପାଇଁ ଏକ ମନ ଏକ ପ୍ରାଣ ହୋଇ ଲଢିବେ,ଏହା ହିଁ ଆମର ଉଦ୍ଦେଶ୍ୟ । ବିଭିନ୍ନ ଅଞ୍ଚଳର ଉତ୍ସାହୀ ଯୁବକ ଏବଂ ଛାତ୍ରମାନେ ଆଗାମୀ ଦିନରେ ଏହି ସମ୍ପର୍କ ଅଭିଯାନର ସୂତ୍ରଧର ହେବେ । ଅଧିକରୁ ଅଧିକ ଯୁବକ ଏବଂ ଛାତ୍ରମାନେ ଏହି ଅଭିଯାନର ସାମିଲ ହୋଇ ବିଜେଡିର ଯୁବକ ଏବଂ ଛାତ୍ର ସମ୍ପର୍କ ଅଭିଯାନକୁ ସଫଳ କରାଇବା ସହିତ ଓଡିଶାର ବିକାଶ ଧାରା ବଜାୟ ରଖିବା ପାଇଁ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ସହିତ ଏହି ଅଭିଯାନ ମାଧ୍ୟମରେ ଯୋଡିହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More