ବିରୋଧୀଙ୍କୁ ସାବାସି

0

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ବଡ ଅଭିଯାନ ଆରମ୍ଭ କରୁଛନ୍ତି I ଯାହାକୁ ଓଡ଼ିଶାବାସୀ ଗ୍ରହଣ କରୁଛନ୍ତି ଓ କରୋନା ମୁକାବିଲାରେ ଏହା ବଡ ସହାୟକ ହେଉଛି I କରୋନା ମୁକାବିଲାରେ ଶାସକ ଦଳର ଭୂମିକା ଯେତିକି ରହିଛି ବିରୋଧୀ ଦଳଙ୍କ ସହଯୋଗ ମୁକାବିଲାକୁ ଆହୁରି ସୁଦୃଢ କରୁଛି I ଦଳଗତ ନିର୍ବିଶେଷରେ ପୁରା ଓଡିଶା ଏକାଠି ହୋଇ କରୋନାର ମୁକାବିଲା କରୁଛି I ଲକଡାଉନ କୁ ୯୦ ପ୍ରତିଶତ ଲୋକ ଗ୍ରହଣ କରିଛନ୍ତି I ପୁରା ଓଡ଼ିଶାରେ ଯେପରି ହାଇ ଆଲର୍ଟ ଜାରି ରହିଛି ସେଥିରୁ ସ୍ପଷ୍ଟ ଯେ ଓଡିଶା କରୋନା କୁ ନେଇ ସଚେତନ ଓ ସତର୍କ I ବିରୋଧୀ ମାନଙ୍କର ବଡ ସହଯୋଗ ମିଳୁଛି ରାଜ୍ୟ ସରକାରଙ୍କୁ I ବ୍ୟୟ ମଞ୍ଜୁର ବିଲ ପାରିତ କରିବା ପାଇଁ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡିଛି I କଥାରେ ଅଛି “ମଇଁଷି ସିଂଘ ଫଟା ବୁଝିଲାବେଳେକୁ ଗୋଟା” I ଏହି ଲୋକ କଥାଟି ଓଡିଶା ରାଜନୀତିରେ କରୋନା ମୁକାବିଲାରେ ଦେଖା ଦେଇଛି I ଉଭୟ କଂଗ୍ରେସ ଓ ବିଜେପି କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ବେଶ ସହଯୋଗ କରୁଛନ୍ତି I ଏପରିକି ବିରୋଧୀ ଦଳରେ ଥାଇ ମଧ୍ୟ ରାଜ୍ୟସରକାରଙ୍କ କରୋନା ମୁକାବିଲା ପଦକ୍ଷପକୁ ଖୋଲା ଖୋଲି ଭାବେ ପ୍ରଶଂସା କରିବାକୁ ପଛାଉନାହାନ୍ତି I ଯାହା ରାଜ୍ୟସରକାରଙ୍କୁ ବଡ ବଳ ଦେଉଛି କରୋନା ମୁକାବିଲା କରିବା ପାଇଁ I ସେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହୁଅନ୍ତୁ , ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ହୁଅନ୍ତୁ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ରାଜ୍ୟସରକାରଙ୍କୁ ଯେତଭଳି ସହଯୋଗର ହାତ ବଢ଼ାଇଛନ୍ତି କରୋନା ମୁକାବିଲାରେ, ଯାହାଫଳରେ ଓଡ଼ିଶାରେ କରୋନା ମୁକାବିଲା ସଫଳତାର ସହ ଚାଲିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More