ବିଶ୍ୱରେ ନାହିଁ ଏପରି ରଥଯାତ୍ରା : ଯାହା ଦେଖିବାକୁ ମିଳେ ବିରଜାଙ୍କ ପୀଠରେ..

0

ଭୁବନେଶ୍ୱର : ୯ ଦିନ ଧରି ରଥଯାତ୍ରା । ବିଶ୍ୱରେ କୌଣସି ସ୍ଥାନରେ ଏପରି ରଥଯାତ୍ରା ହୁଏ ନାର୍ହି, ଯାହା ହୁଏ ମା ବିରଜାଙ୍କ ପାଖରେ । ବିଜୟା ରଥରେ ବିରାଜମାନ ହୋଇ ମା ବିରଜା ୯ ଦିନ ବ୍ୟାପି ମନ୍ଦିର ଚତୁପାଶ୍ୱର୍ ବୁଲନ୍ତି ରଥରେ । ଯାଜପୁର ଅଧିଷ୍ଠାତ୍ରୀ ମା”ବିରଜାଙ୍କସିଂହଧ୍ବଜ(ବିଜୟ୍ୟା)ରଥ.କ୍ଷ ମା”ବିରଜା ରଥଯାତ୍ରା ପାଇଁ ପୁରା ଯାଜପୁର ଉତ୍ସବ ମୁଖର । ମା ବିରଜାଙ୍କ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପାକ ବ୍ୟବସ୍ଥା କରାଯାଇଛି । ରଥ ଉପରେ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ । ଏହି ରଥ ଟଣା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। ଯାଜପୁର. ଭଦ୍ରକ, ଜଗତସିଂହପୁର. କଟକ, କେନ୍ଦ୍ରାପଡ଼ା ଆଦି ଅଂଚଳରୁ ଭକ୍ତମାନେ ମା ବିରଜାଙ୍କ ରଥ ଟାଣିବା ପାଇଁ ଆସିଥାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More