ଚର୍ଚ୍ଚାରେ ବିଜେପୁର ଓ ଯାଜପୁର

0

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ବିଜେପୁର ଓ ଯାଜପୁର ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ବିଜେପୁରରେ ୨ବର୍ଷରେ ୩ଥର ନିର୍ବାଚନ ଓ ଫଳା ଫଳକୁ ନେଇ ଚର୍ଚ୍ଚା । ଅନ୍ୟପଟେ ଯାଜପୁରରେ ଧର୍ମଶାଳା ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ । ଉଭୟକୁ ନେଇ ଏବେ ରାଜନୈତିକ ପାଣି ବେଶ ଗୋଳିଆ ଥିବା ଦେଖାଦେଇଛି । ଓଡ଼ିଶାର ୩ ପ୍ରମୁଖ ଦଳ ଅନ୍ୟ ଉପରେ କାଦୁଅ ଫିଙ୍ଗିବାରେ ଵ୍ୟସ୍ତ । ବିଜେପୁରରେ ଏବେ ନିର୍ବାଚନ ସାରିଯାଇଛି । ସବୁ ଛାମୁଆ ନେତାମାନେ ଏବେ ରାଜଧାନୀରେ ବସି ଫଳାଫଳକୁ ନେଇ ଅଙ୍କ କସୁଛନ୍ତି । କିଏ ଜିତିବ ବିଜେପୁର ବାଜି । ଆସନ୍ତା କାଲି ଏହା ସ୍ପଷ୍ଟ ହୋଇଯିବ । ହେଲେ ଏହାକୁ ନେଇ ୩ ପ୍ରମୁଖ ଦଳ ନିର୍ବାଚନ ଜିତିବାର ଦୃଢ଼କ୍ତି କରୁଛନ୍ତି । ବିଶେଷ କରି ବିଜେଡି ବିଜେପି ମଧ୍ୟରେ ଜୋରଦାର ବାକ ତିକ୍ତତା ଦେଖିବାକୁ ମିଳୁଛି । ଯାହାକି ଏବେ ଓଡ଼ିଶାରେ ଚର୍ଚ୍ଚାରେ ଚର୍ଚ୍ଚାର ବିଷୟ । ସେପଟେ ଯାଜପୁର ଧର୍ମଶାଳାର ସ୍ମିତାରାଣୀ ହତ୍ୟାକାଣ୍ଡର ଦିନକୁ ଦିନ ନୂଆ ନୂଆ ଫର୍ଦ ଖୋଲିବାରେ ଲାଗିଛି । ହରିଦାସପୁର ସରପଞ୍ଚ ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ କେଉଁ ଦଳର ତାହାକୁ ନେଇ ବିଜେପି ବିଜେଡି ଏବେ ମୁଁହା ମୁହିଁ । ବିଜେପି ଅଭିଯୋଗ କରିଛି କି ବିଜେଡି ଚାପରେ ଆସି ଯାଜପୁର ଏସିପି ତଥ୍ୟ ଲୁଚାଇବା ସହ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବାପାଇଁ ଚେଷ୍ଟା କରୁଛି । ଏହାକୁ ନେଇ ମଙ୍ଗଳ ବାର ବିଜେପି ପକ୍ଷରୁ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା । ଅନ୍ୟ ପଟେ ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ଫୋଟକୁ ନେଇ ଘେରିଛି।ଶାସକ ଦଳ ତଥା ବିଜେଡି ଏହାକୁ ନେଇ ରାଜନୀତି ନ କରିବା ପାଇଁ କହୁଛି । ଏହି ୨ଟି ଘଟଣା ଏବେ ଓଡିଶା ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ।

ନବ କିଶୋର ସାହୁ
Iimc

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More