ବିଦ୍ୟୁତ ଚୋରି ରୋକିବାକୁ ସେସୁ ତରଫରୁ ଯେଉଁ ପ୍ରସ୍ତାବ ରଖାଯାଇଛି ତାକୁ ଉପଭୋକ୍ତା ମହାସଂଘ ତରଫରୁ ସ୍ୱାଗତ କରାଯାଇଥିଲାବେଳେ ଗତ ୧୯ ବର୍ଷ ଧରି ସେସୁରେ ଯେଉଁ କ୍ଷତି ବଢି ବଢି ଚାଲିଲା ସେଥିପାଇଁ ଯେଉଁମାନେ ଉତ୍ତରଦାୟୀ ସେମାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯିବା ଉଚିତ I

0

ଭୁବନେଶ୍ୱର : ସେସୁ ଗତ ୨୦୦୦ ମସିହାଠାରୁ OERC ଅଧୀନକୁ ଆସିଲା ପରଠାରୁ ପ୍ରତି ବର୍ଷ କୋଟି କୋଟି ଟଙ୍କା କ୍ଷତି କରିଚାଲିଛି I ସେହି କ୍ଷତି ପାଇଁ ଆଜିପର୍ଯ୍ୟନ୍ତ କାହାରିକୁ ଉତ୍ତରଦାୟୀ କରାଯାଇନାହିଁ I ଏବିଷୟରେ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ ବାରମ୍ବାର ଦାବି ଉପସ୍ଥାପନ କଲାପରେ OERC ୨୦୧୬ ମସିହାରେ ସେସୁରେ ଏକ ‘RECEIVABLE AUDIT ‘ କରିଥିଲେ I ସେହି ଅଡିଟରେ OERC ଜାଣିବାକୁ ଚାହିଁଥିଲାଯେ, ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ କେଉଁ କେଉଁ କଞ୍ଜିମର ମାନଙ୍କ ଉପରେ ବାକି ରହିଛି ଓ କେତେ ଟଙ୍କା ଟୋଟାଲ ବାକି ରହିଛି, ତାହା ବାହାର କରାଯାଉ I ଅଡିଟରୁ ଜଣାପଡିଲା ଯେ , ୨୦୧୬ ସୁଦ୍ଧା ୫୦ ହାଜର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ବାକି ରଖିଥିବା ସମୁଦାୟ ଅର୍ଥ ୮୮୩.୬୨ କୋଟି ଟଙ୍କା I ସେଥିମଧ୍ୟରୁ ୧୨୧.୮୧ କୋଟି ଟଙ୍କା ବିଚାରାଧୀନ ଅର୍ଥ ରହିଥିବାବେଳେ ଅବଶିଷ୍ଟ ୭୬୧.୮୧ କୋଟି ଆଦାୟ ହୋଇ ପାରିଥାଆନ୍ତା I OERC ଏହି ଅର୍ଥ ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ସେ ଅର୍ଥ ଆଦାୟ ହୋଇପାରିଲା ନାହିଁ କି କୌଣସି ଲୋକଙ୍କୁ ସେଥିପାଇଁ ଉତ୍ତରଦାୟୀ କରାଯାଇ ପାରିଲାନାହିଁ I ସେହିପରି ବର୍ତ୍ତମାନ ୨୬ ଲକ୍ଷ ୪୬ ହାଜର ୪୫୬ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ୨୧ ଲକ୍ଷ ୮୩ ହାଜର ୬୭୬ ବିଦ୍ୟୁତ ଗ୍ରାହକଙ୍କର ମିଟର ଠିକ ଚାଲୁଛି I ୧ ଲକ୍ଷ ୯୬ ହାଜର ୪୨୬ ଜଣଙ୍କ ପାଖରେ ଖରାପ ମିଟର ରହିଛି I ସେହିପରି ୧ ଲକ୍ଷ ୯୯ ହଜାର ୩୦୦ ବିଦ୍ୟୁତ ଗ୍ରାହକଙ୍କ ପାଖରେ ମିଟର ନାହିଁ I ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଵଶ୍ୟକତା ଅଛି ବୋଲି ଉପଭକ୍ତା ମହାସଂଘର ସଭାପତି ରମେଶ ଶତପଥୀ ବିଭିର୍ନ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More