ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ : ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଅଙ୍କ ଭିଭାଷଣ

0

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ । ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଅଙ୍କ ଭିଭାଷଣ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶୋକପ୍ରସ୍ତାବ ଆଗତ କଲେ । ଏହାପରେ ବଜେଟ୍ ଅଭିଭାଷଣରେ, ମୋ ସରକାରକୁ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ । ମୋ ସରକାର ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି । ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରଭଳି ଦିଗ ଗୁଡ଼ିକରେ ଅଧିକ ପ୍ରଗତି ହୋଇପାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି କି, ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଚାଷୀଙ୍କ ପାଇଁ କାଳିଆ , ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି । ଶ୍ରୀମନ୍ଦିର ଭିତିଭୂମି ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଠିକ୍ ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କୃଷି କ୍ଷେତ୍ରକୁ ଜଳ ଯୋଗାଣ ପାଇଁ ବହୁ ବ୍ୟାରେଜ ନିର୍ମାଣ କରାଯାଇଛି I କେନାଲ , ଉଠା ଜଳ ସେଚନ ଜରିଆରେ ଜଳ ଯୋଗାଣ ହେଉଛି I ପଶୁପାଳନ ଓ ମତ୍ସ୍ୟ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଇଛି I ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ମାଗଣା ଚିକିତ୍ସା ମିଳୁଛି I ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ମିଳୁଛି I ମହିଳାଙ୍କୁ ସ୍ୱାବିଲମ୍ବି କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I ୪୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯାଉଛି I ଓଡିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇଦିଆଯାଇଛି I ମୋ ସରକାର ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ 250କୋଟି ସେତୁ ଏବଂ 2542କିମି ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ ରଖିଛି I କାଳିଆରେ ସାମିଲ ହେବେ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର I ମୋ ସରକାର 4ଟି ବୃହତ ପ୍ରକଳ୍ପ 13ଟି ପ୍ରମୁଖ ପର୍ଯ୍ୟଟନସ୍ଥଳି ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ ରଖିଛି I
25 ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ I 11 ଜିଲ୍ଲାର ଜନଜାତି ଅଂଚଳରେ 23236 ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ଚାଲିଛି I ସୌର ଜଳନିଧି ଯୋଜନାରେ ମିଳୁଛି କୃଷି ଯନ୍ତ୍ରପାତି I ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି I କୃଷି ପାଇଁ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା I 2020-21 ବର୍ଷରେ 1.84 ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ I ଖାଦ୍ୟ ସୁରକ୍ଷା ଯୋଜନାରେ 3,28, 50, 816 ହିତାଧିକାରୀଙ୍କୁ ସାମିଲ କରାଯାଇଛି l ଏକ ବର୍ଷ ଭିତରେ 200 କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତିକରଣ ହେବ
I ଯାହା ମୋଟ ଜନ ସଂଖ୍ୟାର 78.3ପ୍ରତିଶତ I 1200ଟି ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମ ହେବ । 2018-19ବର୍ଷରେ ଖରିଫ ଧାନ ସଂଗ୍ରହ ରେକର୍ଡ କରିଛି l ମୋଟ 65:50ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି l ମୟୁରଭଞ୍ଜର ବିଶୋଇ ଠାରେ ଏକ ସିଲକ ପାର୍କ ପାଇଁ ମଞ୍ଜୁର ପ୍ରଦାନ କରାଯାଇଛି I 2020-21ର ବାର୍ଷିକ ବଜେଟ ପ୍ରସ୍ତୁତି ସମୟରେ ଷ୍ଟ୍ରାଟେଜିକ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ପ୍ରଚଳନ କରାଯାଇଛି l 2019-20ରେ ଡିଜିଟାଲ ପ୍ରକ୍ରିୟାରେ ବଜେଟ କରାଯାଇଛି I 57ଲକ୍ଷ ପୃଷ୍ଠା କାଗଜ ମୁଦ୍ରଣ ବନ୍ଦ ହୋଇଛି। ଯେଉଁଥିପାଇଁ ବର୍ଷକୁ 700 ବୃହତ ବୃକ୍ଷ ବଞ୍ଚିପାରିବେ I ଆଗାମୀ ବର୍ଷଗୁଡିକରେ ସବୁଜ ଅଭିଯାନ ଜରିଆରେ ସମ୍ପୂର୍ଣ୍ଣ କାଗଜ ରହିତ ବଜେଟ ତିଆରି ହେବାର ଲକ୍ଷ ରହିଛି I ସ୍କିଲ ଇନ ଓଡ଼ିଶା ଦ୍ୱାରା ଆନ୍ତର୍ଜାତୀୟ ବ୍ରାଣ୍ଡ ହୋଇଛି ଓଡ଼ିଶା । 2019 ଶେଷ ସୁଦ୍ଧା ଟିକସ ବାବଦରେ 2,049.38 କୋଟି ଆଦାୟ ହୋଇଛି। ଓଡିଶା କୋଠାବାଡ଼ି ନିୟମାବଳୀରେ ବୋର୍ଡ଼ ଅଧୀନରେ 29.19 ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More