ବିବେକଙ୍କ ବିବାଦୀୟ ମନ୍ତବ୍ୟ : ନୋଟିସ ଜାରି କଲା ମହିଳା କମିଶନ

0

ବିବାଦୀୟ ଟ୍ୱିଟକରି ହରଡ଼ଘଣାରେ ବଲିଉଡ୍ ଅଭିନେତା ବିବେକ ଓବରଏ । ନିକଟରେ ବିବେକ ନିର୍ବାଚନର ଓପିନିଅନ୍ ପୋଲ୍, ଏକଜିଟ୍ ପୋଲ୍ ଓ ରେଜଲ୍ଟକୁ ନେଇ ୩ଟି ବିବାଦୀୟ ଫଟୋ ଟ୍ଵିଟ୍ କରିଛନ୍ତି । ଦବଙ୍ଗ ମ୍ୟାନ ସଲମାନ୍ ଖାନ୍, ବଲିଉଡ ବିଉଟି ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ଅଭିଶେକ୍ ବଚ୍ଚନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ମିମକୁ ଲୋକମାନେ ତୀବ୍ର ନିନ୍ଦା କରିଛନ୍ତି । କାରଣ ସମସ୍ତେ ବର୍ତମାନ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେମାନଙ୍କର ଆତ୍ମା ସ୍ୱାଭିମାନ ଉପରେ ଏହି ଟ୍ୱିଟ ଠୋସ ପହଞ୍ଚାଉଛି । ମହାରାଷ୍ଟ୍ରର ନ୍ୟାସନାଲ୍ କଂଗ୍ରେସ ପାର୍ଟି ବିବେକଙ୍କର ଏଭଳି ପିଲାଳିଆମିକୁ ତୀବ୍ର ନିନ୍ଦା କରିବା ସହିତ  ଜଣେ ପଦ୍ମଶ୍ରୀ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଏଭଳି ଭାଷା ପ୍ରୟୋଗ କରିବା କେତେ ଯୁକ୍ତିଯୁକ୍ତ ବୋଲି ଵିଵେକଙ୍କୁ ପାଲଟା ପ୍ରଶ୍ନ କରିଛି ଓ ମହିଳା କମିଶନର ଦ୍ୱାରସ୍ଥ ହୋଇଛି । ତେଣୁ ମହାରାଷ୍ଟ୍ର ମହିଳା କମିଶନ ଵିଵେକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More