ଆଜି ଅପରାହ୍ନରେ ଓଡିଶାରେ ପହଞ୍ଚିବ କରୋନା ଟୀକା

0

ଭୁବନେଶ୍ୱର : ମହାମାରୀ କରୋନା ସାରା ବିଶ୍ୱକୁ ଆତଙ୍କିତ କରିଥିବାବେଳେ କରୋନା କବଳରୁ ରକ୍ଷା ପାଇବାର ଅମୋଘ ଅସ୍ତ୍ର କୁହାଯାଉଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପ୍ରାପ୍ତ ହେବା ପରେ ଆଜି ଏହା ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବ । ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ ଟିକା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ I ଏହା ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡକ୍ଟର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ତେବେ ଆଜି ସଂଧ୍ୟା ପର୍ଯ୍ୟାନ୍ତ ରେଜିଷ୍ଟ୍ରେସନ୍ ଓପନ୍ ରହିଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More