ନିର୍ବାଚନ ଲଢିବେନି ଭକ୍ତ ଦାସ …

0

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାର୍ଚନ ଲାଗି କଂଗ୍ରେସ ପ୍ରସ୍ତୁତ ଆରମ୍ଭ କରୁଥିବା ବେଳେ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଆଉ ନିର୍ବାଚନ ଲଢିବେ ନାହିଁ । କାରଣ ସେ ରାଜନୀତିକୁ ବାଏ ବାଏ କରିଛନ୍ତି । ଜୀବନରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଧା ସିଧା କହିଦେଲେ । କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ । ୯ଥର ନିର୍ବାଚନ ଲଢିଲିଣି । ୩ଥର ସାଂସଦ ହୋଇଥିବାବେଳେ ୬ ଥର ହାରିଛି । ଲୋକଙ୍କ ଉପରେ କାହିଁକି ବୋଝ ହେବି । ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା । ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଓ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ କହିଛନ୍ତି । ଜଣକ ପରେ ଜଣେ କଂଗ୍ରେସ ନେତା ନିର୍ବାଚନ ନଲଢ଼ିବା ନେଇ ଯେଉଁ ନିଷ୍ପତି ନେଉଛନ୍ତି ତାହା ପିସିସି ସଭାପତିଙ୍କୁ ଚିନ୍ତାରେ ପକାଇଛି । ତେବେ ଭକ୍ତଙ୍କ ଏପରି ବୟାନକୁ ନେଇ କୌଣସି ମତ ଦେଇନାହାନ୍ତି ପିସିସି ସଭାପତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More