ସୁବର୍ଣ୍ଣପୁର ୨୨/୦୧: ସୁବର୍ଣ୍ଣପୁର ଜିଲ୍ଲା ସଦର ମହାନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବୋଲେରୋକୁ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ମଧ୍ୟ ମୁହାଁମୁହଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ବୁର୍ଲ୍ଲ। ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବିକ, ଉଲୁଣ୍ଡା ବ୍ଲକ ନିମ୍ନ ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ ଓ ଭୋଜି ଖାଇ ରାତି ୧୨.୩୦ରୁ ୧ଟା ମଧ୍ୟରେ ଫେରିବା ସମୟରେ ମହାନଦୀ ପୋଲ ମଝିରେ ବୋଲେରୋ ଟ୍ରକ୍ ମୁହାଁମୁହଁ ଦୁର୍ଘଟଣା ଘଟିଛି । ଗୁରୁତର ମାନେ ହେଲେ ପ୍ରମୋଦ ହୋତା , ଅମିତ୍ ବାଘ ,ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ ବୋଲି ଜଣାପଡିଛି । ସେହିପରି ମୃତକ ମାନେ ହେଲେ ନିମ୍ନ ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ,ସିଦ୍ଧି ପାଣ୍ଡିଆ,ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।