ଟ୍ରକକୁ ଧକ୍କା ଦେଲା ବୋଲେରୋ , ବିଡିଓ ଆହତ

0

ଜାତୀୟ ରାଜପଥ ୨୦ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାଂଶପାଳ ଗୋଷ୍ଟୀ ଉନ୍ନୟନ ଅଧିକାରୀ (ବିଡିଓ) ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟରେ ବାଂଶପାଳ ବିଡିଓ ତଥା ଅଶ୍ୱିନୀ ମେହେର ତାଙ୍କ ଡ୍ରାଇଭରଙ୍କ ସହିତ ବୋଲେରୋ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ , ଡ୍ରାଇଭରଙ୍କ ସହିତ ଅଶ୍ୱିନୀ ଗୁରୁତର ଭାବେ ଆହତ ହୋଇଥିଲେ । ଅଶ୍ୱିନୀଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଇଭରଙ୍କୁ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More