କଟକ : ବାରବାଟୀ ଷ୍ଟାଡିୟମରୁ ଭାରତ-େଵଷ୍ଟଇଣ୍ତିଜ ଟ୍ବେଣ୍ଟି-୨୦ ମ୍ୟାଚ୍ ସ୍ଥାନାନ୍ତର ହୋଇଯିବା ପରେ ଏହା ବଦଳରେ ଆଉ ଏକ ଆନ୍ତର୍ଜାତିକ ମ୍ୟାଚ୍ ଆଣିବା ପାଇଁ ଓସିଏ ପ୍ରୟାସ କରୁଛି। ତେବେ ଜୁନ୍ରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଥିବାରୁ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ସୂଚୀ ପ୍ରସ୍ତୁତ ହୋଇସାରିଛି। ତଥାପି ଏହି ଶୃଙ୍ଖଳାର ଗୋଟିଏ ମ୍ୟାଚ୍ ବାରବାଟୀକୁ ଆଣିବାକୁ ଓସିଏ ପକ୍ଷରୁ ବିସିସିଆଇ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି। ଜୁନ୍ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ମ୍ୟାଚ୍ ନିଶ୍ଚୟ ହେବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ଦୃଢତାର ସହ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ସ˚ଜୟ କହିଛନ୍ତି ଯେ ବିସିସିଆଇ ସଭାପତିଙ୍କ ସହିତ ସେ ନିୟମିତ ଆଲୋଚନା କରୁଛନ୍ତି। ବାରବାଟୀକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଦେବା ପାଇଁ ସଙ୍କେତ ମିଳିଲାଣି। ଜୁନ୍ ବେଳକୁ କୋଭିଡ୍ ସ୍ଥିତି ମଧ୍ୟ ସ୍ବଭାବିକ ହୋଇଯାଇଥିବ। ତେଣୁ ଷ୍ଟାଡିୟମ ଭିତରେ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିପାରିବ ବୋଲି ସେ ଆଶାବାଦୀ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଜୁନ୍ ୯ ତାରିଖରୁ ଆରମ୍ଭ ହେଉଛି। ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ୯ ତାରିଖରେ ଚେନ୍ନାଇରେ, ଦ୍ବିତୀୟ ମ୍ୟାଚ୍ ୧୨ ତାରିଖରେ ବେଙ୍ଗାଲୁରୁରେ, ତୃତୀୟ ମ୍ୟାଚ୍ ୧୪ ତାରିଖରେ ନାଗପୁରରେ, ଚତୁର୍ଥ ମ୍ୟାଚ ୧୭ ତାରିଖରେ ରାଜକୋଟରେ ଏବ˚ ପଞ୍ଚମ ମ୍ୟାଚ ୧୯ ତାରିଖରେ ଦିଲ୍ଲୀରେ ଖେଳାଯିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ଏହି ସମୟକୁ କୋଭିଡ୍ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆସିଯାଇଥିବ। େଵଷ୍ଟଇଣ୍ତିଜ ବିପକ୍ଷ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଥିବାରୁ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆସିଲେ ଓସିଏକୁ ଅଧିକ କସରତ କରିବାକୁ ପଡ଼ିବନି ବୋଲି ସ˚ଜୟ କହିଛନ୍ତି।