ବାପ-ପୁଅଙ୍କ ମଧ୍ୟରେ ଲଢେଇ

lokashakti bureau

0

ଝାରସୁଗୁଡ଼ା/ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ର ପିପିଲିମାଲ ପଞ୍ଚାୟତର ସରପଞ୍ଚ ପଦ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବାପ-ପୁଅ। ପିତ‌ା ଜନ୍ମେଜୟ କିଷାନଙ୍କର ପୂର୍ବରୁ ରାଜନୈତିକ ମହତ୍ତ୍ବାକାଂକ୍ଷା ରହିଥିବାବେଳେ ପୁତ୍ର ଘନଶ୍ୟାମ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ। ଚଳିତ ଥର ପ୍ରଥମେ ପିତା ଜନ୍ମେଜୟ ନାମାଙ୍କନ ଭରିଥିଲେ। ହେଲେ ଜ୍ୟୋତିଷଙ୍କ ପରାମର୍ଶ ନେବା ବେଳେ ରାଶିଫଳ ଭଲ ନ ଥିବାରୁ ପୁତ୍ର ଘନଶ୍ୟାମକୁ ମଧ୍ୟ ନାମାଙ୍କନ ଭରିବାକୁ କହିଥିଲେ। ପୁତ୍ରର ବିଜୟ ଆଶା ଅଧିକ ଥିବା ହେତୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟରେ ନିଜେ ଅପସରି ଯିବେ ବୋଲି ନିଷ୍ପତ୍ତି ହୋଇଥିଲା। ​‌େ​‌ହଲେ କୌଣସି କାରଣରୁ ତାହା ହେଲା ନାହିଁ। ଏମିତିରେ ନିର୍ବାଚନ ଅଧିକାରୀ ଚୂଡ଼ାନ୍ତ ପ୍ରାର୍ଥିପତ୍ର ପ୍ରକାଶ କରିବା ସହ ଉଭୟଙ୍କୁ ଚିହ୍ନ ଦେବା ପରେ ସେମାନେ ଏବେ ପ୍ରତିଦ୍ବନ୍ଦ୍ବୀ।
ବେଲପାହାଡ଼ ସହର ଉପକଣ୍ଠରେ ଥିବା ଏହି ପଞ୍ଚାୟତରେ ଚଳିତ ଥର ସରପଞ୍ଚ ପଦରେ ପ୍ରତିଯୋଗିତା ଜୋରଦାର ହେଉଛି। ଏହି ବାପ-ପୁଅଙ୍କୁ ମିଶାଇ ପଞ୍ଚାୟତରେ ୧୩ଜଣ ପ୍ରାର୍ଥୀ ପ୍ରତିଯୋଗିତାରେ ଅଛନ୍ତି। ଗୋଟିଏ ପରିବାରର ଦୁଇ ଜଣ ନିର୍ବାଚନ ଲଢ଼ୁଥିବାରୁ ଏହାକୁ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ନାପସନ୍ଦ କରିଛନ୍ତି। ଅନ୍ୟଜଣେ ପ୍ରାର୍ଥୀ ରଙ୍ଗାଧର ଡିଲା କହିଛନ୍ତି ‘ଏଥିରୁ ଲାଭ ତ ହେବ ନାହିଁ କିନ୍ତୁ ନିଜ ସହିତ ଅନ୍ୟମାନଙ୍କର କ୍ଷତି ନିଶ୍ଚିତ ଭାବେ କରିବେ। ବିଜୟୀ ପ୍ରାର୍ଥୀଙ୍କ ଭୋଟ କାଟିବା ପାଇଁ ଉଭୟ ବାପ ପୁଅ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।’ ଜନ୍ମେଜୟଙ୍କ ପୁତ୍ର ଘନଶ୍ୟାମ କହିଛନ୍ତି ‘ମୁଁ ପୂର୍ବରୁ ମଧ୍ୟ ରାଜନୀତିରେ ଅଛି, ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟରେ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ମୋର ପ୍ରାର୍ଥିତ୍ବ କାଏମ ରଖିବା ଓ ବାପାଙ୍କର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟରେ ବାପାଙ୍କୁ ଜ୍ବର ଆସିବାରୁ ସେଭଳି ହୋଇପାରିଲା ନାହିଁ।’ ଅନ୍ୟପକ୍ଷରେ ଜନ୍ମେଜୟ ନିଜର ପ୍ରଚାର କରିବେ ନାହିଁ ବରଂ ପୁତ୍ରକୁ ଜିତାଇବା ପାଇଁ ମତଦାତାଙ୍କୁ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି।
ସୂଚନା‌ଥାଉ କି ଏହି ପଞ୍ଚାୟତରେ ୧୧ଟି ୱାର୍ଡ ଥିବା ବେଳେ ୨୭୨୯ମତଦାତା ଅଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More