ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

0

କଟକ/ଭୁବନେଶ୍ୱର : ବାଲିଯାତ୍ରା ରାଜ୍ୟର ଉତ୍ସବ ମାନ୍ୟତା ପାଇବାପରେ ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୮ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଉଦ୍‍ଘାଟନ କରିବେ ।

ଚଳିବ ବର୍ଷ ବାଲିଯାତ୍ରାରେ ୪ଟି ମଣ୍ଡପରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ । ବାଲିଯାତ୍ରାରେ କଟକ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ପଡିଆରେ ସାଧା ପୋଷାକଧାରୀ ପୁଲିସ, ର୍ୟାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି କଟକ ଡି.ସି.ପି. ଅଖିଳେଶ୍ୱର ସିଂହ କହିଛନ୍ତି । ଏଥର ବାଲିଯାତ୍ରାରେ ବୋଟିଂ ସୁବିଧା ମଧ୍ୟ ରହିଛି । ସକାଳରୁ ସଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି । ଓରମାସ ପରିସରରେ ୪୦୮ଟି ଷ୍ଟଲ ଖୋଲାଯାଇଛି । ଏଥିରେ ୨୫ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି । ବାଲିଯାତ୍ରା ପଡିଆରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଏହି ଯାତ୍ରା ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More