ବାଲେଶ୍ୱରରେ ବିଷ ପିଇଲେ ୭୦ ବର୍ଷିୟ ଚାଷୀ

0

ଋଣ ବୋଝ ସହିନପାରି ବାଲେଶ୍ୱରର ସ୍ୱରନିଟକସ୍ଥ ମୁକୁଳାଇଦାରେ ଜଣେ ୭୦ବର୍ଷିୟ ଚାଷୀ ଗୁରୁବାର ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ବୟସ ୭୦ଏବଂ ତାଙ୍କ ନାଁ ସୁକୁରା । ସେ ଚାଷ ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀରୁ ୭୦ହଜାର ଟଙ୍କା ଋଣ ଆଣିଥିଲେ । ଏଣୁ ମାସିକ ୫ଶହ ଟଙ୍କା ଲେଖାଏଁ ତାଙ୍କୁ ଦେବାକୁ ପଡୁଥିଲା । ହେଲେ ଫସଲରେ ହାନୀ ଯୋଗୁଁ ସେ ୫ଶହ ଟଙ୍କା ମଧ୍ୟ ଦେବାକୁ ସମର୍ଥ ହୋଇପାରିନଥିଲେ । ବାରମ୍ବାର ସୁଧ ଖିଲାପ ହେବାରୁ ସେ ଅତ୍ୟଧିକ ମାନଶୀକ ଚାପରେ ଥିଲେ । ଅପରପକ୍ଷରେ ସୁକୁରାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ସାନପୁଅ ଦୀର୍ଘଦିନ ହେବ କୁଆଡ଼େ ନିଖୋଜ ଥିଲା । ଏଣୁ ଗୋଟିଏପଟେ ଋଣଭାର ଓ ଅନ୍ୟପଟେ ପରିବାର ଚଳାଇବାର ବୋଝରେ ସେ ମାନଶୀକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More