ସାତକୋଶିଆରେ ସୁନ୍ଦରୀ ଆତଙ୍କ ; ପହଞ୍ଚିଲା କେନ୍ଦ୍ରୀୟ ଟିମ୍

0

ଭୁବନେଶ୍ୱର(Odisha update)- ସାତକୋଶିଆରେ ସୁନ୍ଦରୀ ଆତଙ୍କ । ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି ବାଘୁଣି । ସୁନ୍ଦରୀକୁ ଧରିବା ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ଜବଲପୁରରୁ ଆସିଥିବା ଏହି ଟିମରେ ସାମିଲ ହୋଇଛନ୍ତି ପ୍ରାଣି ବିଶେଷଞ୍ଜ ଓ ବୈଞ୍ଜନିକ । ଗୋଟିଏ ପଟେ ବାଘୁଣୀକୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଛି ବନବିଭାଗ । ଅନ୍ୟପଟେ ବିପ୍ରଡିହ ଗାଁରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଗାଈଗୋରୁ କ୍ଷତବିକ୍ଷତ ହୋଇଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଖି ସାମ୍ନାରେ ଗୋରୁ ଶିକାର । ଅନୁଗୁଳ ଜିଲ୍ଲାର ବିପ୍ରଡିହ ଗାଁରୁ ଆସିଥିବା ଏହି ବୟାନ ଏବଂ କ୍ଷତବିକ୍ଷତ ହୋଇଥିବା ଗୋରୁ ହିଁ ପ୍ରମାଣ କରୁଛି ଯେ, ସୁନ୍ଦରୀ ବାଘୁଣୀ ଆଉ ପୁରୁଣା କୋର୍ଟ ରେଞ୍ଜ ଅଂଚଳରେ ନାହିଁ । ବରଂ ଟିକରପଡ଼ାରୁ ପ୍ରାୟ ଶହେ କିଲୋମିଟର ଦୂରକୁ ଚାଲିଗଲାଣି ବାଘୁଣୀ । ବନ ବିଭାଗ ଯେଉଁ ‘ରେଡିଓ କଲାର’ର ସହାୟତାରେ ଦାବି କରୁଥିଲା ଯେ, ସୁନ୍ଦରୀ ୬ କିଲୋମିଟର ଭିତରେ ରହିଛି, ସେହି ଦୃଢ଼ୋକ୍ତିକୁ ଭୁଲ ପ୍ରମାଣିତ କରିଦେଇଛି ବିପ୍ରଡିହ ଗାଁର ଚିତ୍ର ।
‘ମୁଁ ଦେଖିଛି ବାଘ’ । ଏଭଳି ବୟାନ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
ସୁନ୍ଦରୀ ବାଘୁଣୀ ଗତକାଲି ଗାଁର ଗୋରୁପଲ ଉପରେ ଆକ୍ରମଣ ସେଥିପାଇଁ ମହିଳାମାନେ ହାତରେ ଠେଙ୍ଗାବାଡ଼ି ଧରି ଆଗକୁ ମାଡ଼ି ଚାଲିଥିଲେ । ବାଘୁଣୀ ଆକ୍ରମଣରେ ଗୋଟିଏ ବାଛୁରୀ ପ୍ରାଣ ହରାଇଥିବା ବେଳେ କିଛି ଗାଈବଳଦ ଆହତ ହୋଇଛନ୍ତି । ଏଭଳି ସ୍ଥିତିରେ ନିଜ ସୁରକ୍ଷା ନିଜ ହାତକୁ ନେଇଛନ୍ତି ଗାଁ ଲୋକ । ବାଘ ଭୟରେ ଘରେ ନା’ ଚୁଲି ଜଳୁଛି ନା’ ଆଖିକୁ ନିଦ ଆସୁଛି । କୁନି କୁନି ପିଲା ସ୍କୁଲ ଯାଉନାହାନ୍ତି, ସୁନ୍ଦରୀ ଆତଙ୍କ ଯୋଗୁଁ ଗାଁକୁ ଶିକ୍ଷକ ମଧ୍ୟ ଆସୁ ନାହାଁନ୍ତି । ଫଳରେ ସ୍କୁଲ ବନ୍ଦ ପଡ଼ିଛି । ଗାଈଗୋରୁ ଉପରେ ବାଘ ଆକ୍ରମଣ ନିଜ ଆଖିରେ କିଛି ଲୋକ ଦେଖିବା ପରେ ଗାଁରେ ସ୍ଥିତି ଆହୁରୀ ସଂଗୀନ ହୋଇଯାଇଛି । ଘଟଣାର ସ୍ଥିତି ପରଖିବାକୁ ସାତକୋଶିଆରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ସୁନ୍ଦରୀ ସେଠାରୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନର ମିଳିତ ବୈଠକ ବସିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More