ଆତଙ୍କବାଦୀ ସଂଗଠନ ଆଇଏସ ମୁଖ୍ୟ ଅବୁ ବକର ଅଲ୍-ବାଗଦାଦୀ ର ମୃତ୍ୟ ପରେ ଏବେ ତୁର୍କୀ ପୁଲିସ ବାଗଦାଦୀ ର ଭଉଣୀକୁ ଗିରଫ କରିଛି । ଅଜାଜ ସହରରେ ଚଢ଼ାଉ ବେଳେ ତାଙ୍କୁ ଗିରଫ କରାଯାଇଛି । ସିରିୟାର ଉତ୍ତର ସିରିୟା ସହର ଅଜାଜରୁ ବାଗଦାଦୀର ଭଉଣୀ ରେଶମିଆ ସମେତ ତା’ର ସ୍ୱାମୀ ଏବଂ ବୋହୂକୁ ମଧ୍ୟ ଗିରଫ କରାଯାଇଥିବା ତୁର୍କୀ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ମାରାଥନ ଜେରା ଚାଲିଛି । ଆଇଏସର ଆଭ୍ୟନ୍ତରୀଣ କାର୍ଯ୍ୟ ସମ୍ପର୍କରେ ବାଗଦାଦୀର ଭଉଣୀ ନିକଟରେ ଗୁପ୍ତ ସୂଚନା ରହିଥିବା ଆଶଙ୍କା କରାଯାଉଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ରେଶମିଆ ବି ଆଇଏସ ସହିତ ଜଡ଼ିତ ଥିଲା । ସେ ଆଇଏସକୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା ।