ବବି ରେଡ଼ି ତ …

0

ଭୁବନେଶ୍ୱର : ସୁରେଶ ରାଉତରାୟ । କଂଗ୍ରେସର ବରିଷ୍ଠ ବିଧାୟକ । ଭାରି ମଜାଳିଆ ରାଜନେତା । ଯାହା କହିବେ ଖୋଲାଖୋଲି । କାହାକୁ ଡ଼ରନ୍ତିନି ସେ । ସବୁବେଳେ ନିଜର ନିଆର ଅଭିଭାଷଣ ଓ କହିବା ଶୈଳୀ ପାଇଁ ସେ ଚର୍ଚ୍ଚାର ବିଷୟ । ଗଣମାଧ୍ୟମରେ ତାଙ୍କର ଟିଆରପି ବେଶ ଅଧିକ । ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ଅଧିବେଶନରେ ନିଜ ଆସନର ବସି ବିଧାୟକ ମଜାଳିଆ ଭାବେ ବହୁ ବିଧାୟକଙ୍କୁ କିଛି ନା କିଛି କହନ୍ତି । ବେଳେବେଳେ ତାଙ୍କ ମଜା କଥାରେ ବି ମଞ୍ଚକଥାଟିଏ ଥାଏ । ଯାହା ତାଙ୍କର ସୋମବାର କଥାରୁ ଜଣାପଡ଼ିଛି । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନକାଳରେ ତାଙ୍କ ପ୍ରଶ୍ନସ୍ଥାନ ପାଇନଥିବାରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ କରିଥିଲେ ଯେ ଉର୍ଦ୍ଦେଶ୍ୟମୂଳକ ଭାବେ ତାଙ୍କ ପ୍ରଶ୍ନ ସ୍ଥାନ ପାଚନାହିଁ । ଯାହାକୁ ନେଇ ସେ ଓ ବିଜେପି ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ହଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ଏହାପରେ ବାଚସ୍ପତିଙ୍କ ସହ ମୋହନ ମାଝୀ ଆଲୋଚନା କରିଥିଲେ । ଏହାରି ଭିତରେ ୧୧ଟା ୩୦ ମିିନିଟରେ ହୋଇଗଲା । ହେଲେ ଆଲୋଚନା ସରିନଥିବାରୁ ଗୃହକୁ ପୁଣି ୧୦ ମିନିଟ ମୁଲତବୀ କରାଗଲା । ଏହାପରେ ଆଲୋଚନରୁ ବିରୋଧି ବିଧାୟକ ମୋହନ ମାଝି, ସରକାରୀ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ, ଓ ଅନ୍ୟକିଛି ନେତା ନିଜ ଆସନକୁ ଆସିଲେ । ଆଉ ଠିକ ଏହି ସମୟରେ ନିଜ ଆସନରେ ବସିଥିବା କଂଗ୍ରେସ ବିଧାୟକ ବିଜେଡ଼ିର ଯୁବ ବିଧାୟକଙ୍କ ପ୍ରଣବ ପ୍ରକାଶ ଦାସଙ୍କୁ ଅନାଇ କହିଥିଲେ ଯେ ବବି ସବୁ ରେଡ଼ି ତ । ଆଉ ତାପର ପୁଣି ଗୃହ ସ୍ୱଭାବିକ ଭାବେ ଚାଲିଥିଲା । ସୁରଙ୍କ ବବି ସବୁ ରେଡ଼ି ବେଶ କିଛି ସମୟ ପାଇଁ କୋତୁହଳ ସୃଷ୍ଟି କରିଥିଲା । ସାମ୍ବାଦିକ ଗ୍ୟାଲେରୀ ଠାରୁ ଆରମ୍ଭ କରି ସବୁଠି କିଛି ସମୟ ସୁର ରାଉତରାୟଙ୍କ ଏହି ମନ୍ତିବ୍ୟ ବବି ରେଡ଼ି ତ ଚର୍ଚ୍ଚାର ବିଷୟ ଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More