ନୂଆରୂପରେ ପରଦାକୁ ଆସୁଛନ୍ତି ଆକ୍ସନ ହିରୋ ଅରବିନ୍ଦମ : ବାବୁ ଭାଇଜାନ ଭାବେ ପରଦାକୁ ଆସିବେ

0

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଆକ୍ସନ ହିରୋ ଅରବିନ୍ଦମ ରାୟ ଖୁବଶୀଘ୍ର ପୁଣି ପରଦାରେ ତାଙ୍କର ଝଲକ ଦେଖାଇବେ I ନୂଆରୂପରେ ଆସୁଛନ୍ତି ଆକ୍ସନ ହିରୋ ଅରବିନ୍ଦମ I ବାବୁ ଭାଇଜାନ ଫିଲ୍ମରେ ଅରବିନ୍ଦମ ପରଦାକୁ ଆସୁଛନ୍ତି I ଯେଉଁଥିରେ ଲିଡ଼ ରୋଲରେ ଅଛନ୍ତି ସେ I ତାଙ୍କର ହିରୋଇନ ଭାବେ ଅଭିନେତ୍ରୀ ଶିବାନୀଙ୍କୁ ଦେଖିବାକୁ ମିଳିବ ଏହି ଫିଲ୍ମରେ I ଅରବିନ୍ଦମ – ସିଵାନୀଙ୍କ ଯୋଡି ସହ ମିହିର ଦାସ ନଜରକୁ ଆସିବେ I ଓଲିଉଡ଼ର ଜଣାଶୁଣା ନିର୍ଦ୍ଧେଶକ ତାପସ ଶଗରିଆ “ବାବୁ ଭାଇଜାନ”ର ନିର୍ଦ୍ଧେଶନା ଦେଇଛନ୍ତି I ଏହି ଫିଲ୍ମରେ ପ୍ରଯୋଜକ ହୋଇଛନ୍ତି ସନ୍ତୋଷ ନାରୟଣ ଦାସ I ଅରବିନ୍ଦମ ସହିତ ଶିବାନୀ ନଜରକୁ ଆସିବେ ଯେକି ପୂର୍ବରୁ ବାବୁଶାନ ସହିତ ‘ସିଷ୍ଟର ଶ୍ରୀଦେବୀ’ ଓ ଅନୁଭବଙ୍କ ସହ ‘ପ୍ରେମ କୁମାର’ ଫିଲ୍ମ କରିସାରିଛନ୍ତି I ବାବୁ ଭାଇଜାନ ଫିଲ୍ମରେ ଆକ୍ସନ ହିରୋ ଅରବିନ୍ଦମ ରାୟ ଥିବାରୁ ଏହାକୁ ନେଇ ଦର୍ଶକ ମହଲରେ ଉତ୍ସାହ ଦେଖା ଦେଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More