ରାମ ମନ୍ଦିର ଓ ବାବ୍ରି ମସଜିଦ ସଂକ୍ରାନ୍ତରେ ମୁସଲିମ ସଂଗଠନ ମଧ୍ୟରେ ଫାଟ I

0

ଭୁବନେଶ୍ୱର : ରାମ ମନ୍ଦିର ଓ ବାବ୍ରି ମସଜିଦ ଉପରେ ସୁପ୍ରିମ କୋର୍ଟ ତାଙ୍କ ରାୟ ପ୍ରକାଶ କରିବାପରେ ମୁସଲିମ ସଂଗଠନମାନେ ଯେଉଁ ରିଭ୍ୟୁ ପିଟିସନ ଫାଇଲ କରିବାର ସିଦ୍ଧାନ୍ତ ନେଇଥିଲେ I ସେଥିରୁ ଓହରି ଯାଇଛନ୍ତି ଜାମିଆତ-ଉଲେମା-ଇ-ହିନ୍ଦ I ଏହାଫଳରେ ମୁସଲିମ ସଂଗଠନ ମାନଙ୍କ ମଧ୍ୟରେ ଏକ ଫାଟ ସୃଷ୍ଟି ହୋଇଛି I ବିଶେଷ ସୂତ୍ରରୁ ଜଣାପଡିଛିଯେ , ଅଧିକାଂଶ ମୁସଲିମ ସଂଗଠନ ରାମମନ୍ଦିର ଓ ବାବ୍ରି ମସଜିଦ ଉପରେ ଅଧିକ ବିତର୍କ ଓ ବିବାଦ ସୃଷ୍ଟି ନହେବାକୁ ଚାହୁଁନାହାନ୍ତି I ବିଶେଷ ଭାବରେ ଅଯୋଧ୍ୟାରେ ଥିବା ମୁସଲିମ ସଂଗଠନମାନେ ଭାଇଚାରାର ନିଦର୍ଶନ ଦେବାକୁ ଚାହାନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More