ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

0

ଜାତୀୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଶଲାବୁଢ଼ା ଚଳଚିତ୍ରର ମୁଖ୍ୟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ଆଜି ଭୀମସାର ମେଡିକାଲରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା । ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦ୍ୱାରା ଲିଖିତ “ଫଟା କପାଲ” ହେଉଛି ପ୍ରଥମ ମୁଦ୍ରିତ ସମ୍ବଲପୁରୀ ନାଟକ । ତାଙ୍କର ଦ୍ୱିତୀୟ ସମ୍ବଲପୁରୀ ନାଟକ ‘ଭଏଁଷ ଆଗେ ନାଗଧୁନି “ଏକ ବହୁଚର୍ଚ୍ଚିତ ନାଟକ । ଡଃ ହରେକୃଷ୍ଣ ମହତାବଙ୍କ ପରାମର୍ଶରେ ସେ ଛଅଟି ଅପେରା ଲେଖିଥିଲେ । ତାଙ୍କ ଦ୍ବାରା ଲିଖିତ ଅପେରା ‘ବାଘ ମାତିଛି’ ଚହଳ ସୃଷ୍ଟି କରିଥିଲା । ମଣି ସଂଗ୍ରହ ଓ କ୍ଳାନ୍ତ ଅପରାହ୍ଣ ତାଙ୍କର ଦୁଇଟି ଲୋକପ୍ରିୟ ଓଡ଼ିଆ ନାଟକ । ସେ ଜଣେ ଗୀତିକାର ଭାବେ ସେ ଅନେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଲେଖିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More