ବିଧାନସଭାରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବିବୃତି

0

ଭୁବନେଶ୍ୱର : ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର 6ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ 694ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ସେହିପରି 65ଟି Red Cross ନିର୍ମାଣ କରିଛି । ସମୁଦାୟ 759ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି । ପଞ୍ଚାୟତସ୍ତରୀୟ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି । ବାକି ସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ ।
ଵହୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଂକୁଳ ଅବସ୍ଥାରେ । ଅଧିକାଂଶ ଯଦିଓ ସ୍କୁଲ ଓ କଲେଜ ପରିସରରେ ନିର୍ମାଣ ହୋଇଛି, ହେଲେ ଏହାର ମରାମତି ସହ ରକ୍ଷଣାବେକ୍ଷଣ କିଏ କରିବ । ଗଣଶିକ୍ଷା, ରାଜସ୍ବ ସମେତ ଆରଡି ଵିଭାଗ କେହି ବି ଏହାର ଦାୟିତ୍ୱ ନେଵାକୁ ମଙ୍ଗୁନାହାନ୍ତି । ଯାହାକି ଦୁର୍ଭାଗ୍ୟଜନକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More