ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ତେବେ ଏହି ମୁଲତବୀକୁ ନେଇ କାହାର କଣ ରହିଛି ପ୍ରତିକ୍ରିୟା ନଜର ପକାନ୍ତୁ ..
ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ :
4.5 କୋଟି ଲୋକ ଆମ କାର୍ଯ୍ୟକ୍ରମ ଦେଖିବାକୁ ଅପେକ୍ଷା କରିଛନ୍ତି । ରାଜ୍ୟ ସରକାର ସବୁ ଉତ୍ତର ଦେବାକୁ ବଧପରିକର । ମୋର ସବୁ ଦଳ ବିଧାୟକଙ୍କୁ ଅନୁରୋଧ, ମହତ ବିଧାନସଭାକୁ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦିଆଯାଉ । ଗଣମାଧ୍ୟମ ଓ ବାଚସ୍ପତି ଦୁଇଟି ଶକ୍ତି । ବାହାରେ ଗଣମାଧ୍ୟମକୁ challenge କରିବା ଭିନ୍ନ କଥା । ହେଲେ ବିଧାନସଭାର rules ଓ proceduresକୁ କାର୍ଯ୍ୟକାରୀ କରିବା ବାଚସ୍ପତିଙ୍କ ଗୁରୁ ଦାୟିତ୍ୱ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା :
ତୁରନ୍ତ ରୁଲିଂ ପ୍ରତ୍ୟାହାର କରନ୍ତୁ। ଗଣତାନ୍ତ୍ରିକ ପଦ୍ଧତିରେ ଆମେ ପ୍ରତିବାଦ କରୁଛୁ । ବାଚସ୍ପତି ନିଜ ପଦ ଗରୀମାଙ୍କୁ ରକ୍ଷା କରନ୍ତୁ । ଯଦି ଆମେ ପ୍ରତିବାଦ କରିବୁନି, ଆମ ବିବରଣୀ ଗଣମାଧ୍ୟମରେ ପ୍ରକାଶ ପାଇବନି, ତେବେ ଆମେ କାହିଁକି ବିଧାନସଭା ଆସିବୁ? ଯଦି ଆମେ ଆସନରେ ଠିଆ ହୋଇ ପ୍ରତିବାଦ କରିବୁ, ବାଚସ୍ପତି ଆମକୁ ଧ୍ୟାନ ଦେବା ଉଚିତ । ରୁଲିଂ ପ୍ରତ୍ୟାହାର ନ ହେଲା ଯାଏ, ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ ।