ଡେସ୍କ : ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ବିଜୟୀ ହୋଇଛି। ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନା ଚାମ୍ପିଅନ ହୋଇଛି। ପେନାଲ୍ଟି ସୁଟ ଆଉଟରେ ଫ୍ରାନ୍ସକୁ ଆର୍ଜେଣ୍ଟିନା ୪-୨ରେ ପରାସ୍ତ କରି ଟାଇଟଲ ହାସଲ କରିଛି । ଏଥି ସହ ଆର୍ଜେଣ୍ଟିନା ୩ୟ ଥର ପାଇଁ ବିଶ୍ବକପ୍ ଫୁଟବଲ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।
ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା। ପ୍ରଥମେ ୨-୨ ଓ ପରେ ୩-୩ ଗୋଲରେ ମ୍ୟାଚ ଅମିମାଂସିତ ରହିଥିଲା। ଶେଷରେ ପେନାଲ୍ଟି ସୁଟ ଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା।