ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା :ଭାରତୀୟ ବାୟୁସେନାରେ ସାମିଲ ହେଲା ଆପାଚେ ହେଲିକପ୍ଟର

0

ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବା ପାଇଁ ଆଜି ବାୟୁସେନାରେ ସାମିଲ କରାଯଇଛି ଅତ୍ୟାଧୁନିକ ଆପାଚେ ହେଲିକପ୍ଟର । ଏହି ଆପାଚେ AH-64E ଦୁନିଆର ସବୁଠୁ ଲଢ଼ୁଆ ହେଲିକପ୍ଟର ବୋଲି କୁହାଯାଉଛି । ପଠାନକୋଟ ଏୟାରବେସ୍‌ରେ ଆଜି ଆମେରିକା ଦ୍ୱାରା ନିର୍ମିତ ୮ଟି ଆପାଚ୍‌ AH-64E ହେଲିକପ୍ଟରକୁ ବାୟୁ ସେନାରେ ସାମିଲ ହୋଇଛି । ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି. ଏସ୍‌ ଧନୱାଙ୍କ ଉପସ୍ଥିତିରେ ଏହି ଆକ୍ରମଣକାରୀ ହେଲିକପ୍ଟରଗୁଡ଼ିକ ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହୋଇଛି । ଏହା ଭାରତୀୟ ବାୟୁ ସେନାର ଯୁଦ୍ଧ କରିବାର କ୍ଷମତାକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ହେଲିକପ୍ଟରର ମୂଲ୍ୟ ୪,୧୬୮ କୋଟି ଟଙ୍କା । ଏହି ହେଲିକପ୍ଟରରେ ଦୁଇଟି ଟର୍ବୋସଫ୍ଟ ଇଞ୍ଜିନ ଓ ଚାରୋଟି ବ୍ଲେଡ୍ ରହିଛି । ଆପାଚେ ହେଲିକପ୍ଟର ଘଣ୍ଟା ପ୍ରତି ୨୯୩ କିମି ବେଗରେ ଉଡ଼ାଣ ଭରିପାରେ । ଏହି ହେଲିକପ୍ଟର ସାମ୍ନାରେ ଲାଗିଥିବା ସେନସର ସାହାଯ୍ୟରେ ରାତିରେ ମଧ୍ୟ ଉଡ଼ାଣ ଭରିପାରେ । ଏହି ଅତ୍ୟାଧୁନିକ ବିମାନକୁ ଚଳାଇବା ପାଇଁ ଗତବର୍ଷ ବାୟୁସେନାର ଏକ ପାଇଲଟ୍ ଦଳ ଆମେରିକା ଯାଇ ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More