ବହୁତ ଚେଷ୍ଟା କରିଛ, ସଂଘର୍ଷ ବି କଲ, ମାତ୍ର ଫଳ ପାଇଲ ନାହିଁ, ଆଦୌ ଦୁଃଖ କରନାହିଁ । ଧର୍ଯ୍ୟ ଧର, ଉଦ୍ୟମ ଜାରିରଖ, ଈଶ୍ଵରଙ୍କ ଉପରେ ବିଶ୍ବାସ ରଖ କାରଣ କାଳେ ଆଶା କରିଥିବା ଫଳଠାରୁ ଆହୁରି ଭଲ ଫଳ ତୁମ ପାଇଁ ପରମେଶ୍ଵର ରଖିଥାଇ ପାରନ୍ତି l
ଭୁଲ ଜୀବନର ଗୋଟିଏ ପୃଷ୍ଠା ଅଟେ । କିନ୍ତୁ ସମ୍ପର୍କ ଗୋଟିଏ ବହି । ଯଦି ଦରକାର ପଡେ ତାହା ହେଲେ ଭୁଲ ପୃଷ୍ଠା ଗୁଡିକୁ ଚିରିଦିଅନ୍ତି କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ କେବେ ହଟାନ୍ତୁ ନାହିଁ, ଭୁଲ ହେଉଛି ମଣିଷର ପକୃତ ଶିକ୍ଷକ । ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା ମାନେ ସେ କେବେ ଚେଷ୍ଟା କରିନାହିଁ l
ଲୋକଙ୍କ ପ୍ରକୃତ ଚରିତ୍ର ସେତେବେଳେ ଜଣାପଡେ, ଯେତେବେଳେ ତାଙ୍କ ଜୀବନରେ ଆମର ସମସ୍ତ ଆବଶ୍ୟକତା ସରିଯାଏ l