ହରିୟାଣା : ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କରୋନା ପଜିଟିଭ I ଟିକା ନେଇ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ନିଜେ ମନ୍ତ୍ରୀ ଟୁଇଟ୍ କରି ଖୋଦ୍ ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ମୁଁ କରୋନା ପଜିଟିଭ ଜଣାପଡିଛି । ଏବେ ସିଭିଲ ହସ୍ପିଟାଲ ଅମ୍ବାଲା କେଣ୍ଟରେ ଭର୍ତ୍ତି ଅଛି । ଯେଉଁ ଲୋକମାନେ ମୋ’ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାନ୍ତୁ ।
ଭିଜ୍ ଗତ ନଭେମ୍ବର ୨୦ ତାରିଖରେ ଟିକା ନେଇଥିଲେ । ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ ତାଙ୍କୁ ଦିଆଯାଇଥିଲା । ସ୍ଵେଚ୍ଛାକୃତ ଭାବେ ସେ ଏହି ଟିକା ନେଇଥିଲେ । କିନ୍ତୁ ଏବେ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଲ୍ଲେଖନୀୟ ଯେ, ଭ୍ୟାକସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ବିଶ୍ଲେଷଣ ସଫଳ ରହିଛି ଓ ଗତ ମାସ ୨୦ ତାରିଖରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରାଯାଇଛି ।