ଅନନ୍ୟ ଗଙ୍ଗାଧର : ସୋସିଆଲ ମିଡିଆରେ ସାଜିଲେ ହିରୋ

0

ଗଙ୍ଗାଧର ରାଉତ । ନାଁ ଟା ଆମପାଇଁ ଚିହ୍ନା ନୁହେଁ ନିଶ୍ଚିତ ମାତ୍ର ତାଙ୍କର ଗୋଟିଏ କାମ କରିଦେଇଛି ତାଙ୍କୁ ହିରୋ ଓ ସେ ପାଲଟିଯାଇଛନ୍ତି ଆମମାନଙ୍କପାଇଁ ଏକ ଜ୍ୱଳନ୍ତ ଉଦାହରଣ । ହଁ ଆଜ୍ଞା ଆମେ କହିବାକୁ ଯାଉଛୁ କେନ୍ଦୁଝର କାନପୁର ଗାଁର ଗଙ୍ଗାଧର ରାଉତଙ୍କ କଥା, ଯିଏକି ନିଜର ଚାକିରିକାଳ ଭିତରେ ସଞ୍ଚିଥିବା ଧନକୁ ନିଜ ଅଞ୍ଚଳର ଉର୍ନତିପାଇଁ ଲଗାଇଦେଇଛନ୍ତି । ସ୍ଥାନୀୟ ଅଞ୍ଚଳ କାହିଁକି ବର୍ତମାନ ସାରା ଦେଶରେ ଏହି ବ୍ୟକ୍ତିଙ୍କ ଚର୍ଚା ।  କେହିକେହି ତାଙ୍କୁ ଗୋପବନ୍ଧୁଙ୍କ ସହିତ ତୁଳନା କରୁଛନ୍ତି । ହଁ କରିବାଟା ବି ଯଥାର୍ଥ କାରଣ ଏହି ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ । ପିଲାଟି ଦିନରୁ ତାଙ୍କର ଇଛାଥିଲେ ସେ ଅଞ୍ଚଳପାଇଁ କିଛି କରିବାକୁ । ତେଣୁ ସେ ଅବସରପରେ ତାଙ୍କର ସଞ୍ଚିତ ଧନକୁ ବିନିଯୋଗକରି ଏକ ଅଧାଗଢା ପୋଲକୁ ସମ୍ପୂର୍ଣ କରିବାକୁ ଲାଗିପଡିଛନ୍ତି ।

ଏଠାରେ ସୂଚନା ଥାଉକି, ସାଳନ୍ଦୀ ନଦୀର ଗୋଟେପଟେ ଗାଁ ଓ ପଛପଟେ ଲୋକମାନଙ୍କ ଚାଷବିଲ । ତେଣୁ ପ୍ରତିଦିନ ଲୋକଙ୍କୁ ନଦୀରେ ଓଦାହୋଇ ଯିବାଆସିବାକୁ ପଡୁଥିଲା । ତେଣୁ ଏଠାରେ ଏକ ପୋଲର ଆବଶ୍ୟକତାକୁ ଲାକ୍ଷାକରି କେନ୍ଦୁଝର ଟ୍ରକ ମାଲିକ ସଂଘ ଏବଂ ହାଟଡିହି ବ୍ଲକର ୩ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମାତ୍ର ପର ମୁହୁର୍ତରେ ଏହି କାମ ବହୁଦିନହେଲା ସେଭଳି ପଡିରହିଥିଲା । ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଏବିଷୟରେ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁନଥିବାରୁ ଶେଷରେ ନିଜର ପେନ୍‌ସନ୍ ଟଙ୍କାକୁ ବିନିଯୋଗ କରି ଅଧାଗଢ଼ା ପୋଲକୁ ସମ୍ପୂର୍ଣ୍ଣ କରିବାରେ ଲାଗିଛନ୍ତି ଗଙ୍ଗାଧର । ଆଉ ଏଥିପାଇଁ ସେ ଯାହା କରିବାକୁ ପଡିବ କରିବାକୁ ପ୍ରସ୍ତୁତ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More