ରାଜ୍ୟସଭାରେ ପାସ୍ ହେଲା ନାଗରିକ ସଂଶୋଧନ ବିଲ୍ : ଅଗ୍ନି ପରୀକ୍ଷାରେ ପାସ୍ ପରେ ଅଗ୍ନି ଲିଭାଇବା ଚିନ୍ତାରେ ସରକାର

0

ବହୁ ତର୍କ ବିତର୍କ ପରେ ରାଜ୍ୟସଭାରେ ପାସ୍ ହେଲା ନାଗରିକ ସଂଶୋଧନ ବିଲ୍ । ହେଲେ ପୂର୍ଵ ଉତ୍ତର ଭାରତରେ ଜନ ଅସନ୍ତଷ ଉଗ୍ର ଆନ୍ଦୋଳନର ରୂପ ନେଲାଣି । ଯାହାକି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଆଜି ଦିନ ତମାମ ନାଗରିକ ସଂଶୋଧନ ବିଲ୍ କୁ ନେଇ ଆସାମରେ ଲୋକମାନେ ରାସ୍ତା ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବିଲ୍ ପାସ୍ ହେଲା ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ସେଥିପାଇଁ ସରକାର ଅନେକ ସ୍ଥାନରେ କର୍ଫ୍ୟୁ କରିଛନ୍ତି । ଏବଂ ୧୦ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବାପାଇଁ ସରକାର ଆଦେଶ ଦେଇଛନ୍ତି । ବିଲ୍ କୁ ବିରୋଧ କରି ରାସ୍ତାରେ ଟାୟାର ଜାଳି ଲୋକେ ପ୍ରତିବାଦ କରୁଛନ୍ତି । ବହୁ ତର୍କ ବିତର୍କ ପରେ ରାଜ୍ୟ ସଭାରେ ନାଗରିକ ସଂଶୋଧନ ବିଲ୍ ପାସ୍ ହୋଇଛି । ଏହି ବିଲ୍ ସପକ୍ଷରେ ୧୨୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୧୦୫ ଖଣ୍ଡ ଭୋଟ୍ ପଡିଥିଲା । ଏହା ପାସ୍ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଦିନକୁ ଭାରତ ଇତିହାସରେ କଳା ଦିବସ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଏହା ଏକ ଐତିହାସିକ ଦିବସ ବୋଲି ବିଜେପି କହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More