ଆମ ଘରେ ଏଲଇଡି ଯୋଜନା ଉପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା, ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି : ବିଜେପି

0

ଏ ସରକାର ରାଧୁଆ ମିଛୁଆ ସରକାର I ନବୀନ ବାବୁଙ୍କ ରେକର୍ଡ କହୁଛି ସେ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର କରି ବାହାବା ସାଉଁଟିବାରେ ଲାଗିଛନ୍ତି କେନ୍ଦ୍ରରେ ମୋଦି ସରକାର ଆସିବା ଦିନଠାରୁ ଓଡିଶାକୁ ଅନୁଦାନ ଉପରେ ଅନୁଦାନ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରି ପାରୁନାହାନ୍ତି ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପାଇଁ ଆଜି ସାଧାରଣ ଓଡିଆ ନିଜର ହକ୍ ପାଇବାରୁ ବଂଚିତ ହେଉଛନ୍ତି ୧୯ ବର୍ଷ ଶାସନରେ ରହିବା ପରେ ବିଜେଡି ସରକାର ୨୪ ଘଂଟିଆ ବିଜୁଳି ସେବା ଦେଇ ପାରୁନଥିବା ବେଳେଏବେ ଓଡିଆ ମାନଙ୍କୁ ଦିନରେ ଲଣ୍ଠନ ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି I ବୃଦ୍ଧ ବ୍ୟାଘ୍ରର କଙ୍କଣ ଉପାଖ୍ୟାନ ପରି ଓଡିଶାବାସୀଙ୍କୁ ବୋକା ବନାଇବା ପାଇଁ ନବୀନ ସରକାରଙ୍କ ଏହା ଆଉ ଏକ ହୀନ ଉଦ୍ୟମ I ସରକାରଙ୍କ ଏହି ଅସଲମୁଖାକୁ ଓଡିଶାର ସାଢେ ୪ କୋଟି ଓଡିଆ ବୁଝି ସାରିଛନ୍ତି I

ମୁଖ୍ୟମନ୍ତ୍ରୀ ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିବା ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି । ଏ ସରକାର ରାଧୁଆ ମିଛୁଆ ସରକାର ।

ଶ୍ରୀ ମହାପାତ୍ର କହିଛନ୍ତି ପର ଧନରେ ମଙ୍ଗଳବାର ବ୍ରତ କରିବାର ଅଭ୍ୟାସ ନବୀନ ବାବୁଙ୍କର ରହିଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାରେ ନବୀନ ସରକାର ମାହିର । ନବୀନ ବାବୁଙ୍କ ରେକର୍ଡ କହୁଛି ସେ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର କରି ବାହାବା ସାଉଁଟିବାରେ ଲାଗିଛନ୍ତି । ଆଜି ଯେଉଁ ଏଲଇଡି ଯୋଜନା ଆରମ୍ଭ କରିଛନ୍ତି ସେ ଏହାର ଆଉ ଏକ ଅଂଶବିଶେଷ ।
କେନ୍ଦ୍ରରେ ମୋଦି ସରକାର ଆସିବା ଦିନଠାରୁ ଓଡିଶାକୁ ଅନୁଦାନ ଉପରେ ଅନୁଦାନ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରି ପାରୁନାହାନ୍ତି । ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପାଇଁ ଆଜି ସାଧାରଣ ଓଡିଆ ନିଜର ହକ୍ ପାଇବାରୁ ବଂଚିତ ହେଉଛନ୍ତି । ୧୯ ବର୍ଷ ଶାସନରେ ରହିବା ପରେ ୨୪ ଘଂଟିଆ ବିଜୁଳି ସେବା ଦେଇ ପାରୁନଥିବା ବିଜେଡି ସରକାର ଇଲେକସନର ମାତ୍ର କେଇଦିନ ପୂର୍ବରୁ ଏଲଇଡି ଯୋଜନାରେ ଲୋକମାନଙ୍କୁ ଠକିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ବୃଦ୍ଧ ବ୍ୟାଘ୍ରର କଙ୍କଣ ଉପାଖ୍ୟାନ ପରି ଓଡିଶାବାସୀଙ୍କୁ ବୋକା ବନାଇବା ପାଇଁ ନବୀନ ସରକାରଙ୍କ ଏହା ଆଉ ଏକ ହୀନ ଉଦ୍ୟମ । ସରକାରଙ୍କ ଏହି ଅସଲମୁଖାକୁ ଓଡିଶାର ସାଢେ ୪ କୋଟି ଓଡିଆ ବୁଝି ସାରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର ପାଇଁ ରାଜ୍ୟ ସରକାର ହୀନ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More