ପୁଣି ଅଡ଼ୁଆରେ ଗାୟକ ହ୍ୟୁମାନ୍ ସାଗର। ଏଥର ପତ୍ନୀ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହ୍ୟୁମାନ୍ଙ୍କ ନାଁରେ ପତ୍ନୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କଟକ ମହିଳା ଥାନାରେ ଅଭିଯୋଗ ପରେ ଦମ୍ପତିଙ୍କୁ ଡକା ଯାଇଛି। ତେବେ ଲିଖିତ ଭାବେ କୌଣସି ଅଭିଯୋଗ ହୋଇନଥିବାରୁ ଉଭୟଙ୍କୁ କାଉନସିଲ୍ ସେଣ୍ଟରକୁ ଆଲୋଚନା କରିବାକୁ ଡକା ଯାଇଛି।
ସେପଟେ ଏହି ଘଟଣାକୁ ନେଇ କଟକ ଡିସିପି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି। କାଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି। ଉଭୟଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଯିବ। ନିୟମାନୁସାରେ ଉଭୟଙ୍କୁ ଥାନାକୁ ଡକାଯାଇ ବୁଝାସୁଝା କରାଯିବ ବୋଲି ଡିସିପି କହିଛନ୍ତି।