କାହାକୁ ବାହାହେବେ ଆଲିଆ ଭଟ୍ଟ

0

ବଲିଉଡ଼ର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିଲାଗି ଚୁଲବୁଳି ଆଲିଆ ସବୁ ପ୍ରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଆଲିଆ ଭଟ୍ଟ ଅଭିନେତା ରଣବୀର କପୁରଙ୍କ ବିବାହ କରିବେ ।ଏହି ଯୋଡି ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଲିଆ-ରଣବୀରଙ୍କ ବିବାହ ଖବର ଲଗାତାର ସାମ୍ନାକୁ ଆସୁଥିବା ବେଳେ ଏବେ କୁହାଯାଉଛି ଯେ, ଆଲିଆ ଓ ରଣବୀର ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।ଶୁଣିବାକୁ ମିଳୁଛି ଯେ ନିକଟରେ ଆଲିଆ ଭଟ୍ଟ ନିଜର ବିବାହ ଲେହେଙ୍ଗା ପାଇଁ ପ୍ରସିଦ୍ଧ ଡିଜାଇନର୍ ସବ୍ୟସାଚୀଙ୍କ ସହିତ ସାକ୍ଷାତ କରିଛନ୍ତି । ଆଲିଆ ମଧ୍ୟ ଅନ୍ୟ ବଲିଉଡ୍ ଅଭିନେତ୍ରୀଙ୍କ ପରି ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧି ନଜର ଆସିପାରନ୍ତି ।
ଆଲିଆ ଓ ରଣବୀରଙ୍କ ବିବାହକୁ ଏବେ ଆହୁରି ଅନେକ ସମୟ ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More