୨୬.୦୫.୨୦୧୯ ରବିବାରର ଅନୁଚିନ୍ତା

0

–ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି – ତାହାର ନାମ ଆଳସ୍ୟ ।

–ମୋ ବ୍ୟତୀତ ଅନ୍ୟ ସମସ୍ତେ ଯଦି ଏ ଦୁନିଆରେ ଅନ୍ଧ ହୋଇଥାନ୍ତେ, ତା’ହେଲେ ଦାମିକା ପୋଷାକ ପତ୍ର, ଖଟ ପଲଙ୍କ ବଡ ବଡ ଘରବାଡି ମୋର ଦରକାର ହୁଅନ୍ତା ନାହିଁ, କାରଣ ଅନ୍ୟମାନଙ୍କ ଆଖି ହିଁ ମୋତେ ବିଳାସବ୍ୟସନ ଆଡକୁ ଟାଣି ନେଉଛି ।

–‘ପାପ ମୋ ନିକଟକୁ ଆସିବ ନାହିଁ’ ଏହିପରି ଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁ ବିନ୍ଦୁ ଜଳ ପଡି ଜଳ କୁମ୍ଭ ପୂର୍ଣ୍ଣ ହୋଇଯାଏ । ପାପର ଅଳ୍ପ ଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ ।

–ପାପର ପଥରେ ଲୋକ ଲାଭବାନ୍ ହୋଇପାରେ, କିନ୍ତୁ ସେ ଲାଭ, ସେ ଉନ୍ନତି କେତେଦିନ ପାଇଁ?

–ସମୟ ସ୍ରୋତରେ ପାପ ମିଳାଇ ଯିବ, ଯାହା ନ୍ୟାୟ, ଯାହା ସତ୍ୟ, ତାହା ହିଁ ନିତ୍ୟ ରହିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More