ଅଜବ ପ୍ରେମ…….

0

ପ୍ରେମ । କେବେ ସେ ମୋ ମନର ଦୁଆର ଖୋଲେ ତ ଆଉ କେବେ ଖୋଲେନା । ହଲାକା ମନରେ ତାର ଭାବନା ବି ବେଶ ନିଆରା । କେତେ ବେଳେ ସେ ମଲ୍ଲୀ ରୂପରେ ତ ଆଉ କେତେବେଳେ ଗୋଲାପରୀ କଣ୍ଟା । ହେଲେ ତଥାପି ମୁଁ ଖୁସି । ଖୁସି ତ ନୁହେଁ;, ପୁରା ଖୁସି । ପ୍ରେମ ଅନୁଭୂତି , ବାସ୍ନା, ପାଇନଥିଲେ ବି ପ୍ରେମ ପ୍ରତି ଯେ ମୋ ଦୁର୍ବଳା କେତେ ତାହା ବର୍ଣ୍ଣାନା କରିବା ଅସମ୍ଭବ । ଗୀତ,ଲେଖା, ଭାବନରେ ସିନା ପ୍ରେମ ବଞ୍ଚିଛି ମୋ । ହେଲେ ବାସ୍ତବରେ ଏସବୁଥିରୁ ଯେ କେତେ ଆନନ୍ଦ ମିଳେ ତାହା କହିବାକୁ ମୁସକିଲ । ଦୁଇ ହୃଦୟରେ ସିନା ପ୍ରେମ ହୁଏ ,ହେଲେ ଲକ୍ଷ କଣ ସମ୍ବାନ । ତାର ଉତ୍ତର କିଏ କହେ ହଁ ତ ଆଉ କିଏ କହେ ନାଁ । ମୋ ପ୍ରେମ ତ ପୁନେଇଁ ଜନ୍ମ ପରି ପୁରା ତୋଫା । ହେଲେ ମୁଁ ସତ ବି ସେମିତି । ଅନ୍ଧାରରେ ଜୁଳିଜୁଳିଆ ପୋକ ପରି ତାର ମନରେ ଏତେବଡ଼ ପ୍ରେମିକ ରାଇଜରେ ଆଲୋକିତ କରାଏ ମୋ ଅଜବ ପ୍ରେମରେ । ମୋ ପ୍ରେମରେ ଭୋକ , ଶୋସ, ନିଦ ସବୁ ଠିକ ହୁଏ । ହେଲେ ସେ କେବେ ହଜେନାଇ ପରୀ ରାଇଜରରେ କି ରାତିରେ ଭୋକ , ନିଦକୁ କେବେ ହଜିବାକୁ ଦିଏନି । ହଁ ଏଟା ସତ ଯେ ଡ଼େରି ରାତିଯାଏ ବେଳେବେଳେ ଚେଇଁବାକୁ ପଡ଼େ । କେବେ କଲେଜ ଛକରେ ତ ଆଉ କେବେ ସିନେମା ହଲ । ପୁଣି କେବେ ରଜଦୋଳିରେ ତ ଆଉ କେବେ ପୂଜାବଜାର ବୁଲାରେ । ତା ଛଡ଼ା ଆଜକାଲି ଫେସବୁକ , ଇନଷ୍ଟାଗ୍ରାମ୍ ପରି ସୋସିଆଲ ମିଡ଼ିଆରେ ତ ପୁଣି କେବେ ମିସକଲରେ । ପୁଣି କେତେବେଳେ ଗ୍ରୁଫ ଚାଟରେ । ଆସେ ମୋ ପ୍ରେମ । ତାକୁ ପାଇବାକୁ ସବୁବେଳେ ଇଚ୍ଛା କରେ । ହେଲେ ପାଏନା । ହେଲେ ନପାଇବି ମୁଁ ବହୁତ ଖୁସି । ଏ ଅଜବ ପ୍ରେମକୁ ନେଇ । ଭାବରେ ବନ୍ଦା ସେ ଅଜବ ପ୍ରେମ । ସେ ପ୍ରେମିକ ଜଣକ କି ? ଜନ୍ମ ପରଠୁ ଆସିଛି ନା ଆର ଜନ୍ମରେ ମୋ ସାଥିରେ ଥିଲା । ତାହା ବି ଜଣା ନାହିଁ । କେତେବେଳେ ସେ କେଉଁ ରୂପରେ ବି ଆସୁଛି ତାହା ବି ବୁଝିପାରୁନାହିଁଁ । ଆଜିଯାଏ ସେ କେତେ ଥର ଯେ ଆସିଛି କେଉର୍ ରୂପରେ ତାହାକୁ ବର୍ଣ୍ଣାନା କରିବା ବି ସମ୍ଭବ ନୁହେଁ । ଜୀବନ କେଉଁ ବେଳ ଏବେ ଆସିଛି କେଜାଣେ ତା ପାଇଁ ଆଜି ଏ ବ୍ୟସ୍ତ ସମୟ ଭିତରେ ମୁଁ ଏତେ ଭାବିକି କମ ଲେଖିୁଛି । କଣ ସେ ସତରେ ମୋ ଅଜବ ପ୍ରେମ । ନା ସବୁଦିନ ଚଲାବାଦଲ ପରୀ ଆସୁଥିବା ପ୍ରେମର ସେ ଥିଲା ଏକ ଝଲକ । ତା ପାଇଁ ମନରେ କେତେ ରାଗ ଅଭିମାନ ତ କେତେ ହସ ଆଉ ଖୁସି । ହେଲେ କିଏ ସେ । କେତେବେଳେ ସେ ଖରାଛୁଟିରେ ବେଶୀ ମନରେ ପଟୁଛି ତ କେତେବେଳେ ଶୀତର ରାତିରେ । ଅେଉ କେତେ ବେଳେ ମୌସୁମୀ ବର୍ଷା ଭିଜାରେ । ହେଲେ ବେଳେ ବେଳେ ବ୍ୟସ୍ତ ଓ ଜନଗହଳି ଭିତରେ ସେ ଏତେ ମନେପଡ଼େ ଯେ ତାକୁ ମୁଁ ଅଜବ ପ୍ରେମ ଛାଡ଼ା ଆଉ କଣ କହିବି । ସତରେ ତୁ ଏମିତି ଆସୁଥା… ଅଜବ ପ୍ରେମ ହୋଇ ..

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More