କରୋନା ଟୀକାର ପ୍ରସ୍ତୁତି ତଦାରଖ କରିବା ପାଇଁ ପ୍ରଧାନମନ୍ତି ନରେନ୍ଦ୍ର ମୋଦି ଅହମ୍ମଦାବାଦର ଡାଇଡସ୍‌ ବାୟୋଟେକ୍‌ ପାର୍କରେ ପହଞ୍ଚି କଲେ ସ୍ଥିତି ସମୀକ୍ଷା

0

କରୋନା ଟୀକାର ପ୍ରସ୍ତୁତି ତଦାରଖ କରିବା ପାଇଁ ପ୍ରଧାନମନ୍ତି ନରେନ୍ଦ୍ର ମୋଦି ଅହମ୍ମଦାବାଦର ଡାଇଡସ୍‌ ବାୟୋଟେକ୍‌ ପାର୍କରେ ପହଞ୍ଚି କଲେ ସ୍ଥିତି ସମୀକ୍ଷା I ସେ ସେଠାରେ ପହଂଚିବା ପରେ କୋଭିଡ ଟିକା ବିକାଶର ସମୀକ୍ଷା କରିଛନ୍ତି । ଜାଈଡ଼ସ ବାୟୋଟେକ୍ ପାର୍କରେ ଅଗ୍ରଗତି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ହାଇଦ୍ରାବାଦର ଭାରତ ବାୟୋଟେକ୍ ପରିଦର୍ଶନ କରିବେ । ଦେଶରେ କରୋନା ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବା ବେଳେ ଏହିସବୁ ଟୀକା ପ୍ରସ୍ତୁତକାରୀ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ଡାଇଡସ୍‌ ବାୟୋଟେକ୍‌ ପାର୍କ ଅହମ୍ମଦାବାଦ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଅହମ୍ମଦାବାଦ୍‌ରୁ ମୋଦୀ ସିଧା ହାଇଦ୍ରାବାଦେ୍‌ ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି । ହାଇଦ୍ରାବାଦ୍‌ରେ ପହଞ୍ଚି ‌ସେଠାରେ ଥିବା ଟିକା ନିର୍ମାଣକାରି ସଂସ୍ଥା ଭାରତ ବାୟୋଟେକ୍‌କୁ ଯିବେ । ସେଠାରେ ବୁଲି ମଧ୍ୟ ଟିକା ପ୍ରସ୍ତୁତିକୁ ନେଇ ତଦାରଖ କରିବେ । ଶେଷରେ ତାଙ୍କର ପୁଣେ ଗସ୍ତର ଯୋଜନା ରହିଛି। ପୁଣେସ୍ଥିିତ ସେରମ୍ ଇନଷ୍ଟିଚ୍ୟୁଟ୍ ବୁଲି ବୈଜ୍ଞାନିକମାନଙ୍କ ସହ ଟିକା ପ୍ରସ୍ତୁତିକୁ ନେଇ ଆଲୋଚନା କରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More