ନୂଆ କୃଷି ନୀତି ‘ସମୃଦ୍ଧି’ : ୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

0

ଭୁବନେଶ୍ୱର : କୃଷି ଓ କୃଷକର ଉର୍ନତି ପାଇଁ ରାଜ୍ୟ ସରକାର ବିଭିର୍ନ ଯୋଜନା ମାନ କାର୍ଯ୍ୟକରି କରିସାରିଲେଣି ହେଲେ କୌଣସି ଯୋଜନାରେ କୃଷକର ଆୟ ବୃଦ୍ଧି ହେଉନାହିଁ I ଟେବୁ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷକଙ୍କ ଆୟକୁ ବହୁ ଗୁଣିତ କରିବା ପାଇଁ ନୂଆ ବୈଷୟିକ ଜ୍ଞାନ କୌଶଳ/ଫର୍ମୁଲା ୨୦୨୦ ‘ସମୃଦ୍ଧି’ ନାମରେ “ନୂଆ କୃଷି ନୀତି-୨୦୧୯ ” ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପାଇଛି I ଏଥିସହ ୮ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି I ନୂତନ କୃଷି ନୀତି-୨୦୧୯ ଅନୁସାରେ ମୁଖ୍ୟତଃ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ କୃଷି ଅଭିବୃଦ୍ଧିକୁ ନିଶ୍ଚିତ ନିରନ୍ତର, ସ୍ଥାୟୀ ଓ ବିସ୍ତାରିତ କରାଇବା। ଇଂରାଜୀ ଅକ୍ଷର ‘‘SAMRIDHI’ ’ କୁ ଆଧାର କରି ଯୋଜନାର ନାମ ସମୃଦ୍ଧି ରଖାଯାଇଛି। କୃଷି କ୍ଷେତ୍ରରେ ଥିବା ଅସୁବିଧାଗୁଡ଼ିକ ଦୂର କରିବା ସହିତ ସମ୍ବଳର ସୁବିନିଯୋଗ ଓ ବୈଜ୍ଞାନିକ ଜ୍ଞାନକୌଶଳର ଭରପୁର ବିନିଯୋଗ କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଜଳବାୟୁ ସହିତ ଖାପଖୁଆଇ କିଭଳି ଫସଲ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦ ପାଇଁ ଘରୋଇ ଓ ଆନ୍ତର୍ଜାତିକ ବଜାର ସୃଷ୍ଟି କରିବା ଓ ଏଥିପାଇଁ ଏକ ସ୍ୱଳ୍ପ ଏବଂ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବ । ଆନୁଷ୍ଠାନିକ କୃଷିକୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ । ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ ଓ ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦର ବିବିଧିକରଣ କରିବା ପାଇଁ ଲକ୍ଷ୍ୟ ରହିଛି । ଧାନ ବଦଳରେ ଅର୍ଥ ଉପାର୍ଜନକାରୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦି ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି ।
୧୯୯୬ କୃଷି ନୀତି ଆଧାରରେ କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଇଥିଲା I ଏହାକୁ ଦୃଷ୍ଟିରେ ରଖି ୨୦୦୮,୨୦୧୩ ଓ ୨୦୧୯ରେ ସଂଶୋଧନ କରାଯାଇ ଏହାକୁ ମଞ୍ଜୁରୀ ଦିଆଯାଇଛି I
ଓଡିଶା ରାଜ୍ୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଧେୟକରି ସଂଶୋଧନ ଅଣାଯାଇ ସତ୍ୟବାଦୀର ବନବିଦ୍ୟାଳୟଠାରେ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ରହିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More