ଅଗ୍ନି -୨ ର ସଫଳ ପରୀକ୍ଷଣ : ଅନ୍ଧାର ରାତିରେ ୨୦୦୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଲକ୍ଷଭେଦ

0

ଭୁବନେଶ୍ୱର : ଅଗ୍ନି -୨ ର ସଫଳ ପରୀକ୍ଷଣ : ଅନ୍ଧାର ରାତିରେ ୨୦୦୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଲକ୍ଷଭେଦ
ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଏହି ମିସାଇଲଟି ଅନ୍ଧାର ରାତିରେ ୨୦୦୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଲକ୍ଷଭେ କରିପାରିବ I ଆଇଟିଆର ଚାନ୍ଦିପୁର ପକ୍ଷରୁ ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଦୀପରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳିନ ବ୍ୟବାହାରିକ ପରୀକ୍ଷା କରାଯାଇଛି । ସନ୍ଧ୍ୟା ପ୍ରାୟ ୭.୩୩ ମିନିଟ ସମୟରେ ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରବର୍ତ୍ତି ବାଲାଷ୍ଟିକ କ୍ଷେପଣାସ୍ତ୍ର ସଠିକ ଲକ୍ଷ୍ୟଭେଦ କରିଥିବା ଜଣାଯାଇଛି । ଭାରତର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଛି । ୨୦ ମିଟର ଲମ୍ବର ଅଗ୍ନି-୨ ବାଲାଷ୍ଟିକ ମିସାଇଲ ୧୦୦୦ କିଲୋ ପର୍ଯ୍ୟନ୍ତ ଓଜନ ସାଥୀରେ ନେଇପାରିବ । ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ବ୍ୟବହାରିକ ପରୀକ୍ଷଣ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More