ଅଗିଆବାତ ରୋଗ ପାଇଁ ଆପଣ ନିଜେ ଘର ବଇଦ : ମୁଣ୍ଡ ଖଟାନ୍ତୁତ କେମିତି ସେଥିରୁ ପାଇବେ ମୁକ୍ତି, ଚାଲନ୍ତୁ ଜାଣିବା

0

ଆମେ ସବୁବେଳେ କିଛି ନା କିଛି ରୋଗ ପାଇଁ ମେଡିକାଲ ଉପରେ ନିର୍ଭର କରୁ । ଯଦି ଆମ୍ଭର ଚିକିତ୍ସା ଉପାୟ ଆମ ହାତ ପାହାନ୍ତରେ ଥିବ ତାହାଲେ କେତେ ଭଲ ହେବ ନା । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଅଗିଆବାତର ସଂମ୍ପୁଣ୍ଣ ନିରାକରଣ ବିଷୟରେ ଜଣାଉଛୁ ।

• ହଳଦୀରେ ନିମ୍ବପତ୍ର ବାଟି ଲଗାଇଲେ ଅଗିଆବାତ ଭଲହୁଏ ।
• ଗୁଳୁଛି ପତ୍ରର ରସ ୨ଚାମଚ ସହିତ ୧ ଚାମଚ ଅଦାରସ ମିସାଇ ସଂକ୍ରମିତ ସ୍ତାନରେ ଧୀରେଧୀରେ ଘସିଲେ ଅଗିଆ ବାତ ଭଲ ହୋଇଥାଏ ।
• ବେଗୁନିଆ ପତ୍ରକୁ ବାଟି ଅଳ୍ପ ଉଷୁମ କରି ସଂକ୍ରମିତ ସ୍ଥାନରେ ଲଗାଇଲେ ରୋଗ ଭଲ ହୋଇଥାଏ
• ପେଡି ପେଡିକା ପତ୍ର ୭-୮ ଟିକୁ ଏକ ଲିଟର ପାଣିରେ ଗରମ କରିବ । ପାଣି ଅଧା ରହିଲେ ଥଣ୍ଡାକରି ଛାଣି ଦିନକୁ ଥରେ ହିସାବରେ ୨-୩ ଦିନ ପିଇଲେ ରୋଗରୁ ଉପସମ ମିଳେ ।
• ନିମ୍ବପତ୍ର ରସରେ ଅଁଳା ଗୁଣ୍ଡ ମିଶାଇ ଏକ ଚାମଚ କରି ଦିନକୁ ଦୁଇଥର ଖାଇଲେ ବିଶେଷ ଲାଭ ମିଳେ
• ଗାଇ ଘିଅରେ ସୈନ୍ଧବ ଲବଣ ମିଶାଇ ମାଲିସ କଲେ ଅଗିଆବାତ ଭଲ ହୋଇଥାଏ ।
• ସୁନା ମୁଖି ପତ୍ରକୁ ମିଶ୍ରୀ ପାଣିରେ ଭିଜାଇ ସକାଳେ ଓ ସନ୍ଧ୍ୟାରେ ପିଇବ । ପତ୍ରମାତ୍ର୧୦-୧୨ ଗ୍ରାମ ।
• ତେନ୍ତୁଳିକୁ ପାଣିରେ ବତୁରାଇ ଚକଟି ସେଥିରେ ତମ୍ବା ପଇସା ଗୋଟିଏ ପକାଇ ଦଶଘଣ୍ଟା ରଖର ହାତରେ ଦେହରେ ମାଲିସ କରିବ । ଅଧଘଣ୍ଟା ପରେ ଗାଧୋଇଲେଅଗିଆବାତ ରୋଗ ଭଲ ହୋଇଥାଏ ।
• ୩ଗ୍ରାମ ତୁଳସୀ ମଞ୍ଜି ସହିତ ଅଦାରସ ସମପରିମାଣରେ ମିସାଇ ସେବନ କଲେ ଅଗିଆବାତ ଭଲ ହୋଇଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More