ଅଲ-କାଏଦାର ଆତ୍ମଘାତୀ ଆକ୍ରମଣ ଧମକ

0

ନୂଆଦିଲ୍ଲୀ, : ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ପ୍ରତି ବିପଦ ବଢିବାରେ ଲାଗିଛି। ବିଜେପି ନେତାଙ୍କ ମନ୍ତବ୍ୟ ପାଇଁ ପଡୋଶୀ ସମେତ ଉପସାଗରୀୟ ରାଷ୍ଟ୍ରଗୁଡିକ ସହିତ ଭାରତର କୂଟନୈତିକ ଓ ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହୋଇଛି। ଏହି ଘଟଣାକୁ ନେଇ ଆତଙ୍କବାଦୀ ସଂଗଠନଗୁଡିକ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି। ମହମ୍ମଦଙ୍କ ପ୍ରତି ଅପମାନର ପ୍ରତିଶୋଧ ନେବା ଲାଗି ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଧମକ ଦେଇଛି ଅଲ-କାଏଦା। ସୋମବାର (ଜୁନ୍‌ ୬)ରେ ଅଲ-କାଏଦା ସଂଗଠନ ପକ୍ଷରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଛି। ଭାରତୀୟ ଉପ-ମହାଦେଶରେ ସକ୍ରିୟ ଥିବା ଅଲ-କାଏଦା ସବ୍‌କଣ୍ଟିନେଣ୍ଟ ପକ୍ଷରୁ ଜାରି ଚିଠିରେ ଲେଖାଯାଇଛି ଯେ ରାଜଧାନୀ ଦିଲ୍ଲୀ ସହିତ ମୁମ୍ବଇ, ଉତ୍ତରପ୍ରଦେଶ ଓ ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରାଯିବ। ମହମ୍ମଦଙ୍କ ସମ୍ମାନ ରକ୍ଷା କରିବା ଲାଗି ଆମେ ଆମ ଦେହରେ ଓ ଆମ ପିଲାଙ୍କ ଦେହରେ ବୋମା ବାନ୍ଧିଯେକୌଣସି ପାହ୍ୟାର ଲୋକଙ୍କୁ ବିସ୍ଫୋରଣରେ ଉଡାଇ ଦେବୁ। ମହମ୍ମଦଙ୍କୁ ଅସମ୍ମାନ କରିବାକୁ ଯିଏ ସାହସ କରିବ ଆମେ ସେମାନଙ୍କୁ ଧ୍ବଂସ କରିଦେବୁ। ଗୈରିକ ଆତଙ୍କବାଦୀ ଏବେ ସେମାନଙ୍କ ଶେଷ ସମୟକୁ ଅପେକ୍ଷା କରିବା ଦରକାର। ଦିଲ୍ଲୀ, ବମ୍ବେ, ୟୁପି ଓ ଗୁଜରାଟରେ ଗୈରିକ ଆତଙ୍କବାଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ପ୍ରାଥମିକ ଭାବେ ଆକ୍ରମଣ ଘଟାଇବାକୁ ନିଶାଣ କରାଯାଇଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।
ଜୁନ୍ ୩ ତାରିଖରେ ବିଜେପିର ନିଲମ୍ବିତ ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଏକ ଟେଲିଭିଜନ ଡିବେଟ୍‌ରେ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେହିପରି ଦଳର ଅନ୍ୟତମ ନେତା ନବୀନ କୁମାର ଜିନ୍ଦଲ ସାମାଜିକ ଗଣମାଧ୍ୟମରେ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ଘଟଣା ପାଇଁ ଉତ୍ତରପ୍ରଦେଶ କାନପୁରରେ ହିଂସାକାଣ୍ଡ ଘଟିଥିଲା। କେନ୍ଦ୍ରର ଶାସକ ଦଳ ବିଜେପିର ଏହି ଦୁଇ ନେତାଙ୍କ ମନ୍ତବ୍ୟକୁ ବିରୋଧ କରି ଉପସାଗରୀୟ ରାଷ୍ଟ୍ରଗୁଡିକ ସରକାରଙ୍କ ନିକଟରେ ନିଜର ପ୍ରତିବାଦ ଜଣାଇଛନ୍ତି। ଉପସାଗରୀୟ ରାଷ୍ଟ୍ରଗୁଡିକରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ସମନ ଜାରି କରି ସେଠାକାର ସରକାର ନିଜର ପ୍ରତିବାଦ ଜଣାଇଛନ୍ତି। ଏହା ସହିତ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ତୁଟାଇବା ପୂର୍ବକ ଅନେକ ଉପସାଗରୀୟ ରାଷ୍ଟ୍ର ଭାରତୀୟ ସାମଗ୍ରୀକୁ ନିଜର ବଜାରରୁ ହଟାଇ ଦେଇଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More